Sun. Sep 13th, 2026

କଡ଼ା ସୁରକ୍ଷା ମଧ୍ୟରେ ଅମରନାଥ ଯାତ୍ରା ଆରମ୍ଭ କଲେ ପ୍ରଥମ ବ୍ୟାଚ୍‌ ଯାତ୍ରୀ

254 Views

ଜମ୍ମୁ: ସୋମବାର ପ୍ରତ୍ୟୁଷରୁ ବାଲତାଲ ବେସ୍‌ କ୍ୟାମ୍ପ୍‌ରୁ ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଥମ ବ୍ୟାଚ୍‌ ଯାତ୍ରୀ। ଏହି ଗୁମ୍ଫାପୀଠ ପାଇଁ ଆୟୋଜନ କରାଯାଇଥିବା ୪୫ ଦିନିଆ ଯାତ୍ରା ଲାଗି ଦୁଇଟି ରାସ୍ତାରେ ପ୍ରାୟ ୬୦, ୦୦୦ ନିରାପତ୍ତା କର୍ମଚାରୀ ମୁତୟନ କରାଯାଇଛି।

ବାଲତାଲ ବେସ୍‌ କ୍ୟାମ୍ପ୍‌ରୁ ଯାତ୍ରୀମାନେ ‘ବମ୍‌ ବମ୍‌ ଭୋଲେ’ କହି ସମୁଦ୍ର ପତ୍ତନ ଠାରୁ ୩, ୮୮୦ ମିଟର ଉଚ୍ଚରେ ଅବସ୍ଥିତ ପୀଠକୁ ଯାତ୍ରୀମାନେ ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରୀମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ରବିବାର ଦିନ ପ୍ରଥମ ଛେକରେ ବାଲତାଲ୍‌ ଏବଂ ପାହାଲଗାମ୍‌ ବେସ୍‌ କ୍ୟାମ୍ପ୍‌ରେ ୨, ୨୩୪ ଜଣ ଯାତ୍ରୀ ପହଞ୍ଚିଥିଲେ।

ସୁରକ୍ଷା ପାଇଁ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ ଫୋର୍ସ ଏବଂ ଜମ୍ମୁ ଓ କଶ୍ମୀର ପୁଲିସକୁ ଅଧିକ ଦାୟିତ୍ୱ ଦିଆଯାଇ ଥିବା ବେଳେ ଭାରତୀୟ ସେନା ଓ ସୀମା ସୁରକ୍ଷା ବଳ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏହା ଛଡ଼ା ଦୁଇଟି ରସ୍ତାରେ ଡ୍ରୋନ୍‌ ଏବଂ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଯାନବାହନ ସବୁରେ ରେଡିଓ ଫ୍ରିକ୍ୱେନ୍‌ସି ଆଇଡେଣ୍ଟିଫିକେସନ୍‌ ଟ୍ୟାଗ୍‌ ମଧ୍ୟ ଲାଗିଛି। ନିରାପତ୍ତା ବ୍ୟତୀତ ପାଣିପାଗ ସଂକ୍ରାନ୍ତ ତଥ୍ୟ ମଧ୍ୟ ନିୟମିତ ଯାଞ୍ଚ କରାଯାଇ ଯାତ୍ରୀମାନଙ୍କୁ ଜଣାଇ ଦିଆଯିବ।

By amfnews

Related Post