Mon. Aug 24th, 2026

‘ଫନି’ ପ୍ରଭାବ: ପୁରୀରେ ବର୍ଷା ଆରମ୍ଭ; ଶ୍ରୀମନ୍ଦିରରୁ ଉଡ଼ିଗଲା ବାନା

321 Views

ପୁରୀ: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରଭାବରେ ପୁରୀ ଆକାଶ ମେଘାଚ୍ଛନ୍ନ ହେବା ସହ ବର୍ଷା ଆରମ୍ଭ ହୋଇ ଯାଇଛି।ଶ୍ରୀମନ୍ଦିରରେ ଲାଗିଥିବା ୫ ହାତ ବାନା ପବନ ଯୋଗୁଁ ଛିଡ଼ି ପଡ଼ିଛି। ତାହା ପୁଣି ଥରେ ବନ୍ଧା ଯିବା ପାଇଁ ବ୍ୟବସ୍ଥା କରାଯାଉଛି।ପୁରୀ ବୁଲି ଆସିଥିବା ପ୍ରାୟ ସମସ୍ତ ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର କରାଗଲାଣି। ବଙ୍ଗୀୟ ପର୍ଯ୍ୟଟକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଓଏସ୍‌ଆର୍‌ଟିସ୍‌ ପକ୍ଷରୁ ସ୍ୱତନ୍ତ୍ର ବସ୍‌ ବ୍ୟବସ୍ଥା କରାଯାଇଛି।ସାଧାରଣ ଲୋକଙ୍କୁ ସ୍ଥାନାନ୍ତରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମଧ୍ୟାହ୍ନ ସୁଦ୍ଧା ଲୋକମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ।

By amfnews

Related Post