Sat. Jul 4th, 2026

ଏହି ଓଡ଼ିଆ ସିନେମାରେ ନିଜର ପ୍ରକୃତ ନାମରେ ନଜର ଆସିବେ ସବୁ କଳାକାର

330 Views

ଭୁବନେଶ୍ୱର: ଆଗକୁ ଆସୁଛି ଏକ ଓଡ଼ିଆ ସିନେମା ଯାହାର ଟାଇଟଲ ହେଲା‘ଆଣ୍ଟି ନମସ୍କାର’। ଏଥିରେ ଫିଲ୍ମରେ ବି ସବୁ କଳାକାରସେଇ ନାଆଁରେ ଦେଖା ଦେବେ ଯାହା ସେମାନଙ୍କର ପ୍ରକୃତ ନାଆଁ । ନାୟକର ନାମ ଶ୍ରୀତମ , ନାୟିକାର ନାଆଁ ଜୀନା, ନାୟିକାର ବାପାଙ୍କ ନାମ ଜର୍ଜ । ଏସବୁ ନାମ ସହିତ ଆପଣମାନେ ଉଣା ଅଧିକେ ପରିଚିତ ଥିବେ।

କହିବାର କଥା ହେଲା ଓଲିଉଡରେ ଶ୍ରୀତମ ଦାସ ଯେଉଁ ହିରୋ ଅଛନ୍ତି, ତାଙ୍କୁ ଦର୍ଶକ ଖୁବ୍‌ ଶୀଘ୍ର ଭେଟିବେ ଓଡ଼ିଆ ଛବି ‘ଆଣ୍ଟି ନମସ୍କାର’ରେ। ଏହି ସିନେମାରେ ତାଙ୍କ ଅଭିନୀତ ଚରିତ୍ରର ନାମ ବି ରହିଛି ଶ୍ରୀତମ। ଠିକ୍‌ ସେହିପରି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିବା ଅଭିନେତ୍ରୀ ଜୀନା ସାମଲଙ୍କ ଅଭିନୀତ ଚରିତ୍ରର ନାମ ବି ରହିଛି ସେଇ ଜୀନା।

ଖାଲି ସେତିକି ନୁହେଁ, ‘ଆଣ୍ଟି ନମସ୍କାର’ରେ ଜୀନାଙ୍କ ବାପା ଭୂମିକା କରୁଥିବା ବରିଷ୍ଠ ଅଭିନେତା ଜର୍ଜ ତିଆଡ଼ିଙ୍କୁ ବି ମିଳିଥିବା ଚରିତ୍ରର ନାମ ରହିଛି ଜର୍ଜ। ଏଥିରେ କମେଡିଆନ୍‌ ସୁମନଙ୍କ ଅଭିନୀତ ଚରିତ୍ରର ନାମ ବି ରହିଛି ସେଇ ସୁମନ। ମିହିର ଦାସଙ୍କ ଅଭିନୀତ ଚରିତ୍ରର ନାମ ବି ରହିଛି ମିହିର ଆଉ ଦିବଙ୍ଗତ ଅଭିନେତା ମୀନକେତନଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ମୀନକେତନ।। ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ରବି ମିଶ୍ର(ପୁରୀ)। ତାଙ୍କର ଅଭିନୀତ ଚରିତ୍ରର ନାଆଁ ହେଲା ରବି। ଯୋଗୀ ଏବଂ ପ୍ରେମପାଇଁ ମହାଭାରତ ଫେମ୍‌ ନିରଞ୍ଜନ ବେହେରା ‘ଆଣ୍ଟି ନମସ୍କାର’ ଫିଲ୍ମର ନିର୍ଦେଶକ ।

By amfnews

Related Post