Thu. May 21st, 2026

ପ୍ରେମିକାର ଗଳାକାଟି ପ୍ରେମିକ କଲା ଆତ୍ମହତ୍ୟା

220 Views

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଛତରପୁର ଅଞ୍ଚଳରେ ସୋମବାର ଦିନ ଜଣେ ପୁରୁଷଙ୍କୁ ଝୁଲନ୍ତା ଅବସ୍ଥାରେ ଏବଂ ଜଣେ ମହିଳାଙ୍କୁ ସେହି କୋଠରୀରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଛତରପୁରର ସୁମନ କଲୋନିର ଏକ ଫ୍ଲାଟ୍‌ର ଜଣେ ମହିଳା ଥାନାକୁ ଖବର ଦେଇଥିଲେ କି ତାଙ୍କ ଘର ଭିତରପଟୁ ତାଲା ବନ୍ଦ ଅଛି ଓ ତାହା ଖୋଲୁ ନାହିଁ। ଏହାପରେ ମେହରା ଭଲି ଥାନାର ଅଧିକାରୀ ସଦଳବଳେ ସେଠାକୁ ଯାଇଥିଲେ। ପ୍ରଥମ ମହଲାରେ ସାମ୍ନା କବାଟକୁ ଭାଙ୍ଗି ଖୋଲାଗଲା। ସେଠାରେ ଜଣେ ମହିଳା ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ମହିଳାଙ୍କ ଗଳାରୁ ରକ୍ତ ବୋହୁଥିବାର ମଧ୍ୟ ପୁଲିସ ଦେଖିବାକୁ ପାଇଥିଲେ। ଖାଲି ସେତିକି ନୁହେଁ ସିଲିଂ ଫ୍ୟାନରୁ ଜଣେ ଲୋକ ଫାସି ଲଗାଇ ଝୁଲିଛି ଓ ସେ ବି ମୃତ ।

ଏହି ଘଟଣାଟି ଅତି ରହସ୍ୟଜନକ ମନେ ହେଉଥିବା ହେତୁ ତା’ର ତଦନ୍ତ ଚାଲିଛି ବୋଲି ଡେପୁଟି କମିଶନର୍‌ ପୁଲିସ(ଦକ୍ଷିଣ)ବିଜୟ କୁମାର ସୂଚନା ଦେଇଛନ୍ତି। ଏଥିପାଇଁ ଫୋରେନ୍‌ସିକ୍‌ ଟିମ୍‌ ଓ କ୍ରାଇମ୍‌ ଟିମ୍‌ ଲାଗି ପଡ଼ିଥିବା ସେ କହିଛନ୍ତି। ଖୁବ୍‌ଶୀଘ୍ର ଏହି ଘଟଣର ପର୍ଦ୍ଦାଫାସ କରାଯିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ମୃତ ଯୁବକର ନାଆଁ ହେଲା ଅଭିଷେକ ମଣ୍ଡଳ (୨୬) ଏବଂ ଗ୍ରାଫିକ୍‌ ଡିଜାଇନର୍‌ ଯୁବତୀ (୨୩) ତାଙ୍କର ପ୍ରେମିକା। ଘଟଣାସ୍ଥଳରୁ ପୁଲିସ୍‌ ଏକ ସୁଇସାଇଡ ନୋଟ୍‌ ଜବତ କରିଛି ଯେଉଁଥିରୁ ଜଣାଯାଇଛି କି ଉଭୟଙ୍କ ଭିତରେ ପ୍ରେମସଂପର୍କକୁ ନେଇ ଏଭଳି ଅଘଟଣ ଘଟିଛି। ପ୍ରେମିକାର ଗଳାକାଟି ନିଜେ ଆତ୍ମହତ୍ୟା କରିଥିବା ବି ସେଥିରେ ଉଲ୍ଲେଖ ହୋଇଛି।

By amfnews

Related Post