Sun. Sep 6th, 2026

‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ର ଅସଫଳତା ଲାଗି କ୍ଷମା ମାଗିଲେ ଅମୀର୍‌ ଖାନ୍‌

220 Views

ମୁମ୍ବାଇ: ୨୦୧୮ର ଅନ୍ୟତମ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ସୁପରଫ୍ଲପ୍‌ ହୋଇଛି। ଏହି ଫିଲ୍ମରେ ଅମୀର୍‌ ଖାନ୍‌ ,ଅମିତାଭ ବଚ୍ଚନ ଓ କ୍ୟାଟ୍ରିନା କୈଫ୍‌ଙ୍କ ପରି ଟପ୍‌ ଷ୍ଟାର୍‌ ଥାଇ ବି ଏହା ବ୍ୟାବସାୟିକ ସଫଳତା ହାସଲ କରିପାରିଲା ନାହିଁ।

‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ର ଅସଫଳତା ଯୋଗୁଁ ଅମୀର୍‌ ଖାନ୍‌ ନିଜେ କ୍ଷମା ଭିକ୍ଷା କରିଛନ୍ତି। ସେ ଏହି ଭିଡ଼ିଓରେ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ର ବିଫଳତା ପାଇଁ ନିଜକୁ ଦାୟୀ କରିଛନ୍ତି। ଏହି ପିଲ୍ମ ପାଇଁ ଫିଲ୍ମର ଟିମ୍‌ ପ୍ରାୟ ଦୁଇ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରିଥିଲେ , କିନ୍ତୁ ଦର୍ଶକଙ୍କ ଆଶାନୁରୂପ ହୋଇପାରିନଥିଲା। ଏପରିକି ସମୀକ୍ଷକମାନେ ମଧ୍ୟ ଏହାକୁ ପସନ୍ଦ କରି ନଥିଲେ ।ଖାଲି ସେତିକି ନୁହେଁ,ଏକ ଖବର ବି ଶୁଣିବାକୁ ମିଳିଲା କି ଏହି ସିନେମା ପ୍ରଦର୍ଶନ କରୁଥିବା ବିତରକମାନେ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ର ପ୍ରଯୋଜକଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ କହିଛନ୍ତି।

ଅମୀର୍‌ ଖାନ୍‌ ନିଜର ଭିଡ଼ିଓରେ କହିଛନ୍ତି ଯେ ଫିଲ୍ମର ଟିମ୍‌ କେଉଁଠି ନା କେଉଁଠି ତ୍ରୁଟି କରିଛନ୍ତି। କିନ୍ତୁ ଏହାର ଉତ୍ତର ଦାୟିତ୍ୱ ସେ ନିଜେ ନେଉଛନ୍ତି। ଟିମ୍‌ ଶତପ୍ରତିଶତ ନେବାକୁ ପ୍ରୟାସ କରିଥିଲେ। କିଛି ଦର୍ଶକ ଫିଲ୍ମକୁ ପସନ୍ଦ କରିଥିଲେ। ଏମାନଙ୍କୁ ଅମୀର୍‌ ଖାନ୍‌ ଧନ୍ୟବାଦ୍‌ ଦେଇଛନ୍ତି। କିନ୍ତୁ ସେଭଳି ଦର୍ଶକଙ୍କ ସଂଖ୍ୟା ଅତି ନଗଣ୍ୟ ବୋଲି ମଧ୍ୟ ଅମୀର ସ୍ୱୀକାର କରିଛନ୍ତି।ଅମୀର୍‌ ଖାନ୍‌ ଦର୍ଶକଙ୍କ ଆଶାନୁରୂପ ସିନେମା ଦେଇ ପାରୁନଥିବାରୁ କ୍ଷମା ମାଗିଛନ୍ତି। ଲୋକମାନଙ୍କୁ ମନୋରଂଜନ ଯୋଗାଇ ପାରିନଥିବାରୁ ତାଙ୍କୁ ବହୁତ ଖରାପ ଲାଗିଛି ବୋଲି ମଧ୍ୟ ଅମୀର ଖାନ୍‌ କହିଛନ୍ତି ।

By amfnews

Related Post