Fri. Aug 14th, 2026

ପ୍ରେମିକ ଘରୁ ପ୍ରେମିକାର ଝୁଲନ୍ତା ମୃତଦେହ ଉଦ୍ଧାର

209 Views

ଆନନ୍ଦପୁର  : ଦେଢ଼ ମାସ ପୂର୍ବେ ଘର ଛାଡ଼ି ପଳାଇଥିବା ଯୁବତୀଙ୍କ ଝୁଳନ୍ତା ମୃତଦେହ ତାଙ୍କ ପ୍ରେମିକଙ୍କ ଘରୁ ଉଦ୍ଧାର ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏପରି  ଘଟଣା ଘଟିଛି । ମୃତ ଯୁବତୀ ହେଲେ ଆନନ୍ଦପୁର ୩ ନମ୍ବର ଓ୍ୱାର୍ଡ ଡାହାଣୀଗଡ଼ିଆ ସାହିର ବିନୋଦ ଦାସଙ୍କ ଝିଅ ସ୍ନେହଲତା ଦାସ।

ସୂଚନା ଅନୁସାରେ, ପଣ୍ଡୁଆ ଗାଁର ନୀଳକଣ୍ଠ ନାୟକଙ୍କ ପୁଅ ଅକ୍ଷୟ, ସ୍ନେହଲତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଉଭୟ ବିବାହ କରିବାର ନିଷ୍ପତ୍ତି ନେଇଥିବା ବେଳେ  ଦେଢ ମାସ ପୂର୍ବେ ଅକ୍ଷୟ ସ୍ନେହଲତାଙ୍କୁ ନିଜ ଘରକୁ ନେଇ ଆସିଥିଲେ। ତେବେ ସେମାନଙ୍କ ବିବାହ ହୋଇ ନ ଥିଲା।

ଏହାର କିଛିଦିନ ପରେ ଅକ୍ଷୟ କାମ କରିବାକୁ ବାହାରକୁ ପଳାଇଥିଲେ।  ସେହ୍ନଲତା ଅକ୍ଷୟଙ୍କ ବାପା ଓ  ମା’ଙ୍କ ସହ ତାଙ୍କ ଘରେ ରହୁଥିଲେ। ଶନିବାର ରାତିରେ ସମସ୍ତେ ଖାଇ ସାରି ଶୋଇବାକୁ ଯାଇଥିଲେ। ହେଲେ  ରବିବାର ଦିନ ସକାଳୁ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ସ୍ନେହଲତାଙ୍କ ମୃତଦେହ ମିଳିଥିଲା।

ଆନନ୍ଦପୁର ପୁଲିସ୍‌ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ବିବାହରେ ବିଳମ୍ବରୁ ସ୍ନେହଲତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସ୍ନେହଲତାଙ୍କ ମା’ ଅଭିଯୋଗ କରିଛନ୍ତି।

By amfnews

Related Post