Mon. Oct 19th, 2026

ପ୍ରେମ ଦିବସ ନାଁରେ କଳିଙ୍ଗ ସେନାର ଫତୁଆ

201 Views

ଭୁବନେଶ୍ୱର : ଭାଲେଣ୍ଟାଇନ ଡେ’ ବା ପ୍ରେମ ଦିବସ ନାଁରେ କଳିଙ୍ଗ ସେନାର ଫତୁଆ। ପ୍ରେମ ଦିବସ ନାଁରେ ଅଶ୍ଲୀଳତାକୁ ପ୍ରଶୟ ଦେଉଥିବା ପ୍ରେମୀ ଯୁଗଳଙ୍କୁ ଟାର୍ଗେଟ କରିବ କଳିଙ୍ଗ ସେନା। ଏନେଇ କଳିଙ୍ଗ ସେନା ପକ୍ଷରୁ ପୁଲିସ୍‌ କମିଶନରଙ୍କ କାର୍ଯ୍ୟାଳୟରେ ସ୍ମାରକ ପତ୍ର ଦିଆଯାଇଛି।

ସହରରେ ବିଭିନ୍ନ ପାର୍କ, ପବ୍ଲିକ ସ୍ଥାନରେ ପ୍ରେମ ଦିବସ ନାଁରେ ଅଶ୍ଳୀଳତାକୁ ଆଦୌ ଗ୍ରହଣ କରାଯିବ ନାହିଁ। ପ୍ରେମ ଦିବସକୁ ସହିଦ ଦିବସ ଭାବେ କଳିଙ୍ଗ ସେନା ପାଳନ କରିବା ସହ ଅଶ୍ଳୀଳତାକୁ ଜୋରଦାର ପ୍ରତିବାଦ କରିବ। ଦରକାର ପଡ଼ିଲେ ଆଇନକୁ ହାତକୁ ନେବ ବୋଲି କଳିଙ୍ଗ ସେନା ପକ୍ଷରୁ କୁହାଯାଇଛି।

By amfnews

Related Post