Mon. Sep 28th, 2026

ଗାଡ଼ିରେ ଟଙ୍କା ନେଇ ଯାଉଥିଲେ ଯୋଗାଣ ଅଧିକାରୀ; ବାଟରେ ଧରିଲା ଭିଜିଲାନ୍ସ

290 Views

ଭବାନୀପାଟଣା : ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା। ଗତକାଲି ତାଙ୍କ ଗାଡ଼ିରୁ ୧ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଏହାସହ ତାଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଗତକାଲି ଯୋଗାଣ ଅଧିକାରୀ ଶିବ ପ୍ରସାଦ ମିଲର୍ସମାନଙ୍କଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ହିଲ୍ ଟାଉନସ୍ଥିତ ନିଜ  ଭଡ଼ା ଘରକୁ ଫେରୁଥିଲେ। ଗାଡ଼ିରେ ଶିବ ପ୍ରସାଦ ଟଙ୍କା ନେଇ ଆସୁଥିବା ଭିଜିଲାନ୍ସ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ହିଲ୍ ଟାଉନ ନିକଟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଗାଡିକୁ ଅଟକାଇ ଯାଞ୍ଚ କରି ୧ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଥିଲେ । ଏହାସହ ଭିଜିଲାନ୍ସ ବିଭାଗ ପକ୍ଷରୁ ଶିବ ପ୍ରସାଦଙ୍କ ନବରଙ୍ଗପୁରସ୍ଥିତ ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ଅଧିକାରୀ ଶିବପ୍ରସାଦଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।

By amfnews

Related Post