Mon. Sep 7th, 2026

ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ୍‌ରୁ ଅର୍ଥନୀତିଜ୍ଞ ସୁର୍‌ଜିତ୍‌ ଭଲ୍ଲାଙ୍କ ଇସ୍ତଫା

431 Views

ନୂଆଦିଲ୍ଲୀ, ଡିସେମ୍ବର ୧୧ : ଡିସେମ୍ବର ୧ ତାରିଖରୁ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ୍‌ର ଇସ୍ତଫା ଦେଇଥିବା କଥା ଖ୍ୟାତନାମା ଅର୍ଥନୀତିଜ୍ଞ ଓ ସ୍ତମ୍ଭକାର ସୁର୍‌ଜିତ୍‌ ଭଲ୍ଲା ମଙ୍ଗଳବାର ଦିନ କହିଛନ୍ତି।

ସାମାଜିକ ଗଣମାଧ୍ୟମ ନେଟ୍‌ଓ୍ଵାର୍କିଙ୍ଗ୍‌ ସାଇଟ୍‌ ଟୁଇଟର୍‌ରେ ସେ କହିଛନ୍ତି: ଡିସେମ୍ବର ୧ ତାରିଖ ଦିନ ମୁଁ ‘ପିଏମ୍‌ଇଏସି’ରୁ ସମାୟିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି।

ନୀତି ଆୟୋଗର ସଦସ୍ୟ ବିବେକ ଦେବରାୟ ‘ଇଏସି-ପିଏମ୍‌’ ମୁଖ୍ୟ ଅଛନ୍ତି। ଅର୍ଥନୀତିଜ୍ଞ ରଥିନ ରାୟ, ଅସୀମ ଗୋୟଲ ଏବଂ ଶମିକାନ୍ତ ରବି ହେଉଛନ୍ତି ଅନ୍ୟାନ୍ୟ ସାମୟିକ ସଦସ୍ୟ।ନୀତି ସଂକ୍ରାନ୍ତରେ ସରକାରଙ୍କ ସହ ମାସେ ବ୍ୟାପି ବାଦବିସମ୍ବାଦ କରିବା ପରେ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଉର୍ଜିତ୍‌ ପଟେଲ ହଠାତ୍‌ ଇସ୍ତଫା ଦେବା ପରଦିନ ଭଲ୍ଲା ଇସ୍ତଫା ଦେଇଥିବା କଥା କହିଛନ୍ତି।

ଭଲ୍ଲା ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନମିକ୍‌ସ୍‌ରେ ଅଧ୍ୟାପନା କରିବା ସହ ବିଶ୍ୱ ଅର୍ଥନୀତି ଉପରେ ଜଗତୀକରଣ ଏବଂ ତାହାର ପ୍ରଭାବ ଉପରେ ଅନେକ ଆଲେଖ୍ୟ ଓ ପୁସ୍ତକ ରଚନା କରିଛନ୍ତି।

By amfnews

Related Post