Wed. Jun 10th, 2026

ସାଂସଦର ଶୀତକାଳୀନ ଅଧିବେଶନରେ ଆଲୋଚନା ଓ ଗଠନମୂଳକ ତର୍କ ପାଇଁ ଆଶା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

455 Views

ନୂଆଦିଲ୍ଲୀ, ଡିସେମ୍ବର ୧୧: ସବୁ ରାଜନୈତିକ ଦଳ ଏକାଠି ହୋଇ ସାଧାରଣ ଲୋକଙ୍କର ଉପକାର ପାଇଁ କାର୍ଯ୍ୟ କରି ଅଧିବେଶନକୁ ସାଫଲ୍ୟମଣ୍ଡିତ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ କହିଛନ୍ତି।

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦି କହିଲେ ମୁଖ୍ୟ ସମସ୍ୟାଗୁଡ଼ିକ ଉପରେ ରାଜନୈତିକ ଦଳ ସବୁ ଆଲୋଚନା କରିବା ଉଚିତ। ଆମେ ଆଲୋଚନା ଓ ଗଠନମୂଳକ ତର୍କ କରିବା ଉଚିତ। ଅଧିବେଶନ ନିଶ୍ଚୟ ସଫଳ କରିବା ସବୁ ରାଜନୈତିକ ଦଳର ଦାୟିତ୍ୱ। ଦେଶ ଏବଂ ଆମ ଦେଶବାସୀଙ୍କ ଉପକାର ନିମନ୍ତେ ଆମେ ଅଧିକ ସମୟ କାମ କରିବା ଉଚିତ।

ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ସମ୍ବନ୍ଧରେ ତିଳେମାତ୍ର କିଛି ନ କହି ପ୍ରଧାନମନ୍ତ୍ରୀ ମୋଦି କହିଲେ ଯେ ନିର୍ଦ୍ଧାରିତ ପଥରେ ଗଣତନ୍ତ୍ର କାମ କରିବାର ସମୟ ଆସିଛି। ସବୁ ସମସ୍ୟା ଉପରେ ଆଲୋଚନା କରିବାକୁ ଆମର ଉଦ୍ୟମ ଚାଲୁ ରହିବା କଥା। ମୋର ବିଶ୍ୱାସ ଯେ ସଂସଦର ସମସ୍ତ ସଦସ୍ୟ ଏହି ଆବେଗକୁ ସମ୍ମାନ ଦେଇ ଅଗ୍ରସର ହେବେ।

ମଙ୍ଗଳବାର ଠାରୁ ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଜାନୁଆରି ୮ ତାରିଖ ଯାଏଁ ଚାଲିବ।

By amfnews

Related Post