Sun. Oct 4th, 2026

ପୁଲିସ ସୁରକ୍ଷା ପାଇଲେ ବିଜେପି ବିଧାୟକଙ୍କ ଝିଅ ସାକ୍ଷୀ ଓ ତାଙ୍କ ସ୍ୱାମୀ

216 Views

ନୂଆଦିଲ୍ଲୀ  : ବରେଲିର ବିଜେପି ବିଧାୟକଙ୍କ ଝିଅ ସାକ୍ଷୀ ମିଶ୍ର ଏବଂ ତାଙ୍କ ସ୍ୱାମୀ ଅଜିତେଶଙ୍କୁ ଅଜ୍ଞାତ ବ୍ୟକ୍ତିମାନେ ଆହ୍ଲାବାଦ ହାଇକୋର୍ଟ ଗେଟ୍‌ ପାଖରୁ ଅପହରଣ କରିନେଇଥିବା କଥା ଗୁଜବ।

ସୋମବାର ଦିନ ଅଦାଲତରେ ହାଜର ହେବା ପରେ ୨୩ ବର୍ଷୀୟ ସାକ୍ଷୀ ଏବଂ ୨୯ ବର୍ଷିୟ ଅଜିତେଶଙ୍କୁ ଆବଶ୍ୟକ ସୁରକ୍ଷା ଦେବା ପାଇଁ ଆହ୍ଲାବାଦ ହାଇକୋର୍ଟ ପୁଲିସକୁ ଆଦେଶ ଦେଇଛନ୍ତି। ଅଜିତେଶଙ୍କୁ ବିବାହ କରିଛନ୍ତି ବୋଲି ସାକ୍ଷୀ ଘୋଷଣା କରିବା ପରେ ସେମାନେ ଫେରାର ହୋଇ ଯାଇଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ପୁଲିସ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ସେମାନେ ଅଦାଲତରେ ଆବେଦନ କରିଥିଲେ। ବିବାହିତ ଦମ୍ପତିଙ୍କ ଭଳି ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ସୁରକ୍ଷା ଦିଆଯାଉ ବୋଲି ମଧ୍ୟ ସେମାନେ ପିଟିସନ୍‌ରେ ଉଲ୍ଲେଖ କରିଥିଲେ। ସେମାନଙ୍କୁ ଅପହରଣ କରାଯାଇଥିଲା ବୋଲି ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କିନ୍ତୁ, ତାହା ସାକ୍ଷୀ ଓ ଅଜିତେଶଙ୍କ ମାମଲା ପରି ଅନ୍ୟ ଗୋଟିଏ ମାମଲା।

ଅପହରଣ ଖବର ପାଇବା ପରେ ପୁଲିସ ପ୍ରୟାଗରାଜ, କୌଶାମ୍ବୀ ଏବଂ ଫତେପୁର ଜିଲ୍ଲା ସୀମାନ୍ତରେ ବେରିକେଡ୍‌ ବସାଇଥିଲା। କଳାରଙ୍ଗର ସ୍କର୍ପିଓ ଗାଡ଼ିଟି କୌଶାମ୍ବୀ-ଫତେପୁର ଅଞ୍ଚଳରେ ପହଞ୍ଚିବା ପରେ ପୁଲିସ ତାକୁ ଅଟକାଇଥିଲା।

ସେଥିରେ ଥିବା ଦମ୍ପତି ମୋରାଦାବାଦ ଅଞ୍ଚଳର। ଉଭୟ ପ୍ରେମ ବିବାହ କରିବା ପରେ ସୁରକ୍ଷା ପାଇଁ ଆହ୍ଲାବାଦ ହାଇକୋର୍ଟକୁ ଆସିଥିଲେ।
ପୁଲିସ ସେ ଦମ୍ପତିଙ୍କୁ ଅଟକାଇ ପଚରା ଉଚୁରା କରୁଛି।

By amfnews

Related Post