Mon. Apr 27th, 2026

ମୁମ୍ବାଇ ପୁଲିସକୁ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ଚିଠି

199 Views

ବେଙ୍ଗାଲୁରୁ  : ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଗୁଲାମନଦୀ ଆଜାଦଙ୍କ ସମେତ ବରିଷ୍ଠ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତାଙ୍କ ଠାରୁ ବିପଦ ରହିଥିବା ଦର୍ଶାଇ ମୁମ୍ବାଇର ବିଳାସପୂର୍ଣ୍ଣ ହୋଟେଲ୍‌ରେ ରହୁଥିବା ୧୪ ଜଣ ବିଦ୍ରୋହୀ କର୍ଣ୍ଣାଟକ ବିଧାୟକ ମୁମ୍ବାଇ ପୁଲିସକୁ ଚିଠି ଲେଖିଛନ୍ତି।

ମୁମ୍ବାଇର ପୋଓ୍ଵାଇ ଥାନାର ବରିଷ୍ଠ ଇନ୍‌ସ୍‌ପେକ୍ଟର୍‌ଙ୍କୁ ବିଧାୟକମାନେ ଲେଖିଛନ୍ତି: ସାଙ୍ଘାତିକ ବିପଦ ଆଶଙ୍କା ଥିବାରୁ ମଲ୍ଲିକାର୍ଜୁନ ଖଡ଼ଗେ, ଜିଏନ ଆଜାଦ କିଂବା ମହାରାଷ୍ଟ୍ର ଓ କର୍ଣ୍ଣାଟକର ଅନ୍ୟ କୌଣସି ମାନ୍ୟଗଣ୍ୟ ବ୍ୟକ୍ତି କିଂବା ରାଜନେତାଙ୍କୁ ସାକ୍ଷାତ୍‌ କରିବାକୁ ଆମର ଆଦୌ ଆଗ୍ରହ ନାହିଁ।

ଜୁଲାଇ ୬ ତାରିଖ ଠାରୁ ସମ୍ପୃକ୍ତ ବିଧାୟକମାନେ ଇସ୍ତଫା ଦେଇ ଯୋଗାଯୋଗ ରହିତ ହୋଇଥିବାରୁ ଉପୁଜିଥିବା ସଂକଟର ସମାଧାନ ପାଇଁ ସେମାନଙ୍କ ନିକଟରେ ପହଞ୍ଚିବାକୁ କର୍ଣ୍ଣାଟକର ଜେଡି(ଏସ୍‌)- କଂଗ୍ରେସର ମିଳିତ ଉଦ୍ୟମକୁ ବିଦ୍ରୋହୀମାନେ ପ୍ରତିହତ କରି ଆସୁଛନ୍ତି।

ସୁରକ୍ଷା ନିବେଦନ କରିବା ସହ ତାଙ୍କ ସହ ସାକ୍ଷାତ୍‌ କରିବାକୁ ନେତାମାନେ ଅନୁମତି ନ ପାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ପୁଲିସ ଅଫିସରଙ୍କୁ ବିଦ୍ରୋହୀ ବିଧାୟକମାନେ କହିଛନ୍ତି।

ଏଥିରେ ଦସ୍ତଖତ କରିଥିବା ବିଧାୟକମାନଙ୍କ ମଧ୍ୟରେ ଅଛନ୍ତି ଶିବରାମ ହେବ୍ଦାର୍‌, ବି. ସି. ପାଟିଲ୍‌, ମହେଶ କେ, ବିଶ୍ୱନାଥ, ମୁନିରତ୍ନମ, ନାରାୟଣ ଗୌଡ଼ା, ଆର୍‌ ଶଙ୍କର, ଏଚ୍‌ ନାଗେଶ, ପ୍ରତାପ ପାଟିଲ୍‌, ଗୋପାଲାଇୟା, ରମେଶ ଜେ, ଏମ୍‌ଟିବି ନାଗରାଜ, ଶୋମଶେଖର ଏବଂ ବାସବରାଜ।

By amfnews

Related Post