Wed. Sep 23rd, 2026

ପୁଲିସ ଏନକାଉଣ୍ଟରରେ ୫ ମାଓବାଦୀ ମୃତ, ଏକେ ୪୭ ,ପିସ୍ତଲ ଜବତ

286 Views

ରାଞ୍ଚି, ଜାନୁଆରୀ ୨୯ : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ପୁଲିସ ସହିତ ଏନ୍‌କାଉଣ୍ଟର ବେଳେ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମାଓବାଦୀ ଗୁରୁତର ଭାବେ ଆହତ ହୋଇଛନ୍ତିି। ଘଟଣାସ୍ଥଳରୁ ପୁଲିସ ୨ଟି ଏକେ ୪୭ ରାଇଫଲ, ଗୋଟିଏ ଥ୍ରି ନଟ୍‌ ଥ୍ରି ରାଇଫଲ ଓ ୨ଟି ପିିସ୍ତଲ ସହିତ ଗୁଳିଗୋଳା ଜବତ କରିଛି। ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମ ସିଂହଭୂମି ଜିଲ୍ଲାର ଏକ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରିଥିବା ନେଇ ସୁରକ୍ଷା କର୍ମୀଙ୍କୁ ଠୋସ ସୂଚନା ମିଳିଥିଲା। ତେଣୁ ସିଆରପିଏଫ, ୨୦୯ କୋବ୍ରା ବାଟାଲିୟନ ଓ ଝାଡ଼ଖଣ୍ଡ ପୁଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଚଢ଼ାଉ ଆରମ୍ଭ କରିଥିଲେ। ପୁଲିସ ଚଢ଼ାଉକୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ତେଣୁ ସୁରକ୍ଷା କର୍ମୀମାନେ ପୋଜିସନ୍‌ ନେଇ ପାଲଟା ଗୁଳି ଚଳାଇବାରୁ ୫ ଜଣ ମାଓବାଦୀ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଜଣେ ମାଓବାଦୀ ଆହତ ହୋଇଥିବା ବେଳେ ଅନ୍ୟ ମାଓବାଦୀମାନେ ସେଠାରୁ ଖସି ଯାଇଥିଲେ। ସୁରକ୍ଷା କର୍ମୀମାନେ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରସନ୍‌ ଜାରି ରଖିଛନ୍ତି।

By amfnews

Related Post