Wed. Jul 1st, 2026

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

289 Views

ପାଣିଜୀ 29 Jan.2019: ରାଫେଲ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବାର ୨୪ ଘଣ୍ଟା ନ ପୁରୁଣୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମହୋହର ପାରିକରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଗୋଆରେ ରାହୁଲ ଗାନ୍ଧୀ ଛୁଟି କଟାଉଛନ୍ତି। ଏହି ଗୋଆ ଗସ୍ତ କାଳରେ ରାହୁଲ ଗାନ୍ଧୀ ଅସୁସ୍ଥ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଅଫିସକୁ ଯାଇ ତାଙ୍କୁ ଭେଟିଛନ୍ତି। ଶ୍ରୀ ଗାନ୍ଧୀ ପ୍ରାୟ ୫ ମିନିଟ୍‌ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ରହିଥିଲେ। ଉଭୟଙ୍କ ମଧ୍ୟରେ କେଉଁ ବିଷୟରେ ଚର୍ଚ୍ଚା ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ ପ୍ରସଙ୍ଗରେ ଘେରିବାକୁ ଯାଇ ମନୋହର ପାରିକରଙ୍କୁ ମଧ୍ୟ ବିବାଦକୁ ଟାଣିଥିଲେ। ରାହୁଲ କହିଥିଲେ ଯେ ରାଫେଲର ଗୁପ୍ତ ଫାଇଲ ମନୋହର ପାରିକରଙ୍କ ପାଖରେ ଥିବାରୁ ଅସୁସ୍ଥତା ସତ୍ତ୍ୱେ ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉପରେ ଭାରୀ ପଡ଼ୁଛନ୍ତି ଓ ଗୋଆ ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି।
ସୂଚନାଯୋଗ୍ୟ ଯେ ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ ଚୁକ୍ତି ସମୟରେ ଶ୍ରୀ ପାରିକର ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ।

By amfnews

Related Post