Fri. Jun 12th, 2026

ପୁଲିସ ଇନ୍ସପେକ୍ଟରଙ୍କୁ ୫ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା

270 Views

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟରେ ଥାନାଧିକାରୀ ୧୦ ହଜାର ଟଙ୍କା  ଲାଞ୍ଚ ନେଇଥିବା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି । ଏଥିରେ ରାୟଗଡ଼ା ଜିଲ୍ଲା ବିଷମକଟକର ପୂର୍ବତନ ଥାନାଧିକାରୀ ତଥା ମୟୁରଭଞ୍ଜରେ କାର୍ଯ୍ୟରତ ଥାନାଧିକାରୀ ନୀଳକଣ୍ଠ ମହାପାତ୍ରଙ୍କୁ ୧୦ ହଜାର ଲାଞ୍ଚ ନେଇଥିବା ଅଭିଯୋଗରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ହୋଇଛି। ଏହି ଜରିମାନା ରାଶି ଅନାଦେୟ ନୀଳକଣ୍ଠ ମହାପାତ୍ରଙ୍କୁ ଅଧିକ ୬ ମାସରେ ଦଣ୍ଡ ଭୋଗିବାକୁ ହେବେ ବୋଲି ଜଣାପଡ଼ିଛି।

ନୀଳକଣ୍ଠ ମହାପାତ୍ର ବିଷମକଟକର ରାଧାକାନ୍ତ ଦାସ୍‌ଙ୍କ ଠାରୁ ୧୦,୦୦୦ଟଙ୍କା ଲାଞ୍ଚ ଦାବି କରିବା ସହିତ ମିଥ୍ୟା ମାମଲାରେ ଜେଲ ପଠାଇ ଦେବେ ବୋଲି ଧମକ ଦେଇଥିଲେ। ଏହାପରେ ରାଧାକାନ୍ତ ଦାସ ଏହି ଘଟଣା ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଏଥିସହିତ ପୁଲିସ ଷ୍ଟେସନ୍‌ରେ ନୀଳକଣ୍ଠ ମହାପାତ୍ର ରାଧାକାନ୍ତଙ୍କୁ  ମାରପିଟ କରିବା ସହିତ ତାଙ୍କ ହାତ ବି କାଟି ଦେଇଥିଲେ। ଠିକ୍‌ ଭିଜିଲାନ୍ସ ଟିମ୍‌ ଏହି ସମୟରେ ପୁଲିସ ଷ୍ଟେସନ୍‌ ଭିତରକୁ ପଶି ଆସିବା ପରେ ସେ ସେଠାରୁ ଫେରାର ହୋଇଯାଇଥିଲେ।

ଏହାପରେ ତଦନ୍ତ ଆରମ୍ଭ କରାଯାଇଥିଲା। ନୀଳକଣ୍ଠ ମହାପାତ୍ରଙ୍କ ବିରୋଧରେ ଭିଜିଲାନ୍ସ ବିଭାଗକୁ ପ୍ରର୍ଯ୍ୟାପ୍ତ ମାତ୍ରାରେ ପ୍ରମାଣ ମିଳିଥିଲା। ଏହାପରେ ନୀଳକଣ୍ଠ ମହାପାତ୍ରଙ୍କ ବିରୋଧରେ ୟୁ/ଏସ୍‌ ୧୩ (୨)ଆର/ଡବ୍ଲୁ ୧୩ (୧) (ଡି) ଦୁର୍ନୀତି ନିବାରଣ ଆଇନ ଅନୁସାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ବିଚାର ହୋଇ ଆଜି ରାୟ ପ୍ରକାଶ ପାଇଛି।

By amfnews

Related Post