Sat. Apr 25th, 2026

ମନମୁଖୀ କାମ ଯୋଗୁଁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ୩ ଘଣ୍ଟା କୋଠରିରେ ତାଲା ପକାଇ ରଖିଲେ ପଞ୍ଚାୟତବାସୀ

197 Views

ନବରଙ୍ଗପୁର: ସଦର ବ୍ଲକ ଅନ୍ତର୍ଗତ ବଡ଼ମସିଗାଁ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ ଅକ୍ଷୟ କୁମାର ଖୁରାଙ୍କୁ ବୁଧବାର ଦୀର୍ଘ ସମୟ ପର୍ଯ୍ୟନ୍ତ ପଞ୍ଚାୟତବାସୀ ତାଲା ଦେଇ ରଖିଥିଲେ। ପଂଚାୟତରେ ବିଭିନ୍ନ ପ୍ରସଙ୍ଗରେ ପିଇଓ ମନମୁଖୀ କାମ କରିବା ସହ ଆଜିର ଗ୍ରାମସଭାକୁ ନେଇଁ କୌଣସି ନୋଟିସ ଦିଆ ଯାଇ ନ ଥିବା ଅଭିଯୋଗରେ ପଞ୍ଚାୟତବାସୀ ପିଇଓଙ୍କୁ ତାଲା ବନ୍ଦ ଏକ କୋଠରିରେ ରଖିଥିଲେ।

କୌଣସି ସୂତ୍ରରୁ ଖବର ପାଇଁ ନବରଙ୍ଗପୁର ବିଡ଼ିଓ ଲଳିତ ମଣ୍ଡଳ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତିନି ଘଣ୍ଟା ପର୍ଯ୍ୟନ୍ତ ପିଇଓ ମୁକୁଳି ପାରି ନ ଥିଲେ। ପଞ୍ଚାୟତବାସୀ ତୁରନ୍ତ ସମ୍ପୃକ୍ତ ପିଇଓଙ୍କୁ ବଦଳି କରାଯାଉ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ ଦାବି ରଖିଥିଲେ। ଶେଷରେ ନବରଙ୍ଗପୁର ବିଡ଼ିଓ ଲଳିତ ମଣ୍ଡଳ ସମ୍ପୃକ୍ତ ପିଇଓ ଅକ୍ଷୟ କୁମାର ଖୁରାଙ୍କୁ ବଦଳି କରାଯିବ ବୋଲି ମୌଖିକ ପ୍ରତିଶୃତି ଦେଲା ପରେ ପଂଚାୟତବାସୀ ତାଲା ଖୋଲିଥିଲେ।

By amfnews

Related Post