Thu. May 14th, 2026

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତୀୟ ଯବାନମାନଙ୍କ ଉପରେ ବିବାଦୀୟ ପୋଷ୍ଟ୍‍ ସେଆର୍‌ କରି ଗିରଫ ହେଲେ ଅଧ୍ୟାପିକା

451 Views

ଗୌହାଟି: ଜମ୍ମୁ-କାଶ୍ମୀରରେ ସଂଗଠିତ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତୀୟ ଯବାନମାନଙ୍କ ଉପରେ ଅଶ୍ଳୀଳ ଟିପ୍ପଣୀ ମହାଙ୍ଗା ପଡ଼ିଛି ଜଣେ ଅଧ୍ୟାପିକାଙ୍କୁ। ଏହି ମାମଲାରେ ଆସାମ ପୁଲିସ ଉକ୍ତ ଅଧ୍ୟାପିକାଙ୍କୁ ଗିରଫ କରିଛି।

ଗୌହାଟି ଆଇକନ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ଇଂରାଜୀ ବିଭାଗରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ପାପ୍ରି ବାନାର୍ଜୀ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଅନେକଗୁଡ଼ିଏ ବିବାଦୀୟ ମନ୍ତବ୍ୟ ଦେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ଭାଇରାଲ ହେବା ପରେ ସେଥିରେ ଅଧ୍ୟାପିକା ପାପ୍ରି ଯେଉଁଭଳି ଶଦ୍ଦର ପ୍ରୟୋଗ କରିଥିଲେ,ତାକୁ ନେଇ ଆପତ୍ତି ଉଠିଥିଲା।

ଏହାପରେ ଆସାମ ପୁଲିସ ଚାନ୍ଦମାରି ପୁଲିସ ଥାନାରେ ଏକ ମାମଲା ରୁଜ୍ଜୁ କରିବା ସହିତ ଅଧ୍ୟାପିକା ପାପ୍ରି ବାନାର୍ଜୀଙ୍କୁ ଗିରଫ କରିଥିଲେ। ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଅନ୍‌ଲାଇନରେ ଏଭଳି ବିବାଦୀୟ ଟିପ୍ପଣୀ ଦେଇଥିବା କାରଣରୁ ପାପ୍ରି ବାନାର୍ଜୀଙ୍କୁ ଆଇକନ୍‌ ବାଣିଜ୍ୟ ମହାବିଦ୍ୟାଳୟରୁ ନିଲମ୍ବିତ କରାଯାଇଥିଲା ପରେ ଅବଶ୍ୟ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିଲା

By amfnews

Related Post