Mon. Aug 24th, 2026

ଯୁବତୀଙ୍କ ତଣ୍ଟି କାଟିଦେଲା ଯୁବକ

307 Views

କଟକ : ଯୁବତୀଙ୍କ ତଣ୍ଟି କାଟିଦେଲା ଯୁବକ। ବାଦାମବାଡ଼ି ଥାନା ବଜ୍ରକବାଟି ଅଞ୍ଚଳର ଏକ ଶାଢ଼ୀ ଦୋକାନରେ ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏଘଟଣା ସହରରେ ଆଲୋଡ଼ନ ଖେଳାଇ ଦେଇଥିବା ବେଳେ ପୁଲିସ ଅଭିଯୁକ୍ତ ଯୁବକ ମଂଗଳାବାଗ ବଢ଼େଇ ସାହିର ଶୋଭିତ ମହାରଣା(୩୫)କୁ ଅଟକ ରଖିଛି। ତା’ଠାରୁ ପୁଲିସ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରିଛି। ଏକତରଫା ପ୍ରେମକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ବାଦାମବାଡ଼ି ଥାନା ଅଧିକାରୀ ରଶ୍ମିରଂଜନ ମହାପାତ୍ର ସୂଚନା ଦେଇଛନ୍ତି।

ପୁଲିସ ସୂଚନାନୁଯାୟୀ, ବଜ୍ରକବାଟି ଅଞ୍ଚଳରେ ଥିବା ଏହି ଶାଢ଼ୀ ଦୋକାନରେ ମଂଗଳାବାଗ ଥୋରିଆ ସାହିର ବନ୍ଦିତା ସାମଲ(୨୩) ସେଲ୍‌ସମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ଅଭିଯୁକ୍ତ ଶୋଭିତ ବିବାହିତ ହୋଇ ମଧ୍ୟ ବନ୍ଦିତାଙ୍କୁ ଏକତରଫା ପ୍ରେମ କରୁଥିଲେ। ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ଶୋଭିତ ଶାଢ଼ୀ ଦୋକାନରେ ପହଞ୍ଚି ହଠାତ୍ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ସେ ମନା କରିଦେବା ପରେ ଉତ୍‌କ୍ଷୀପ୍ତ ହୋଇ ଶୋଭିତ୍ ଏକ ଧାରୁଆ ଅସ୍ତ୍ରରେ ବନ୍ଦିତାଙ୍କ ବେକ କାଟି ଦେଇଥିଲା। ଏହି ସମୟରେ ଉପସ୍ଥିତ ଗ୍ରାହକ ‌ଶୋଭିତକୁ ମାଡ଼ିବସି ନିସ୍ତୁକ ମାଡ଼ମାରି ପୁଲିସ ଜିମା ଦେଇଥିଲେ। ପୁଲିସ ଅଭିଯୁକ୍ତ ଥାନାକୁ ଆଣି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଗୁରୁତର ବନ୍ଦିତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

By amfnews

Related Post