Fri. May 22nd, 2026

ପିତାମାତା, ଗର୍ଭବତୀ ସ୍ତ୍ରୀ ଓ ପୁଅକୁ ଗୁଳି ମାରିବାପରେ ନିଜେ ଆତ୍ମହତ୍ୟା କରିଲେ ବ୍ୟବସାୟୀ

293 Views

ବେଙ୍ଗାଲୁରୁ  : କର୍ଣ୍ଣାଟକର ଚାମରାଜନଗର ଅଂଚଳରେ ଜଣେ ବ୍ୟକ୍ତି ନିଜର ପିତାମାତା, ଗର୍ଭବତୀ ସ୍ତ୍ରୀ ଓ ପୁଅକୁ ଗୁଳି ମାରିବାପରେ ନିଜେ ବି ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ଗୁଣ୍ଡଲୁପେଟ୍‌ ଅଂଚଳର ଉଟି ରୋଡରେ ଏହି ଭୟାନକ ଅଘଟଣ ଘଟିଛି।

ଓମ୍‌ ପ୍ରକାଶ ଭଟ୍ଟାଚାର୍ଯ୍ୟ(୩୮) ନାମକ ଜଣେ ବ୍ୟକ୍ତି ମହୀଶୁରରୁ ପ୍ରାୟ ୬୦ କିଲୋମିଟର ଦୂରରେ ଗୁଣ୍ଡଲୁପେଟରେ ନନ୍ଦୀ ଲଜରେ ରୁମ୍‌ ବୁକ୍‌ କରିଥିଲେ । ଗୁରୁବାର ଦିନ ନିଜର ପିତାମାତା, ସ୍ତ୍ରୀ(ନିକିତା) ଓ ପୁଅ ( ଆର୍ଯ୍ୟ କ୍ରିଷ୍ଣା)ଙ୍କ ସହିତ ସେଠାକୁ ବୁଲିବାକୁ ଆସିଥିଲେ । କିଛି ସମୟ ସେହି ଲଜରେ ରହିବାପରେ ସେ ଲଜ୍‌ରୁ ସପରିବାର ବାହାରିଥିଲେ । ସେ ନିକାଞ୍ଚନ ରାସ୍ତାରେ ଗାଡ଼ି ରଖି ହଠାତ୍‌ ନିଜ ପାଖରେ ଥିବା ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ । ପ୍ରଥମେ ସେ  ବାପା ମାଆଙ୍କୁ  ତାପରେ  ଗର୍ଭବତୀ ସ୍ତ୍ରୀ ଓ ୪ ବର୍ଷର ପୁଅକୁ ଗୁଳି କରିଥିଲେ । ଏହା ପରେ ସେ ନିଜେ ନିଜକୁ ମଧ୍ୟ ଗୁଳି କରିଥିଲେ ।

ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ଏହି ଛାତିଥରା ଖବର ସଂପର୍କରେ ସୂଚନା ପାଇବାମାତ୍ରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସମସ୍ତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ଚାମରାଜନଗର ଏସପି ଏଚଡି ଆନନ୍ଦ କୁମାର କହିଛନ୍ତି ଯେ ଓମ୍‌ ପ୍ରକାଶ ଭଟ୍ଟାଚାର୍ଯ୍ୟ ଜଣେ ବ୍ୟବସାୟୀ । ତାଙ୍କର ବ୍ୟବସାୟରେ ବିପୁଳ କ୍ଷତି ହେବା ଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇଥିଲେ। ଏଣୁ ସେ ଏଭଳି କାଣ୍ଡ ଭିଆଇଥିଲେ ବୋଲି ଆନନ୍ଦ କୁମାର କହିଛନ୍ତି।

By amfnews

Related Post