Thu. Jun 11th, 2026

କେନ୍ଦ୍ରୀୟ ରେଳବାଇର ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାମ ଯୋଗୁଁ କେତେକ ଟ୍ରେନ ବାତିଲ୍, ଗତିପଥ ପରିବର୍ତ୍ତନ

223 Views

ଭୁବନେଶ୍ୱର  : କେନ୍ଦ୍ରୀୟ ରେଳବାଇ ପରିସୀମା ଅନ୍ତର୍ଗତ ସୋଲାପୁର-ଓ୍ଵାଡ଼ି ରେଳବାଇ ସେକ୍‌ସନ୍‌ ଅଧୀନ ଓ୍ଵାଡ଼ସିଙ୍ଗେ ଏବଂ ଭଲଓ୍ଵାନି ମଧ୍ୟରେ ଦ୍ୱିତୀୟ ଲାଇନ୍‌ ପଡ଼ିବା ଏବଂ ନିରାପତ୍ତା ନିମନ୍ତେ ଆଧୁନିକକରଣ କାର୍ଯ୍ୟ ନିମନ୍ତେ ପୂର୍ବତଟ ରେଳବାଇର କେତୋଟି ରେଳଗାଡ଼ି ବାତିଲ କରାଯିବା ସହ ଅନ୍ୟ କେତୋଟିକୁ ଆଂଶିକ ବାତିଲ କରାଯିବ। ଆଉ କେତୋଟି ଗାଡ଼ିର ପଥ ପରିବର୍ତ୍ତନ କରାଯିବ।

ଅଗଷ୍ଟ ୨୨ ତାରିଖ ଦିନ ପୁଣେ ଛାଡ଼ିବାକୁ ଥିବା ଏବଂ ଅଗଷ୍ଟ ୨୦ ତାରିଖ ଦିନ ଭୁବନେଶ୍ୱର ଛାଡ଼ିବାକୁ ଥିବା ୨୨୮୮୧/୨୨୮୮୨ ପୁଣେ-ଭୁବନେଶ୍ୱର-ପୁଣେ ଏକ୍ସ୍‌ପ୍ରେସ୍‌ ବାତିଲ କରାଯିବ।

ଅଗଷ୍ଟ ୧୬ ରୁ ଅଗଷ୍ଟ ୨୪ ଯାଏଁ ଏଲ୍‌ଟିଟି(ମୁମ୍ବାଇ)ରୁ ଓ ଅଗଷ୍ଟ ୧୮ ରୁ ୨୬ଯାଏଁ ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ୧୮୫୨୦/୧୮୫୧୯ ଏଲ୍‌ଟିଟି (ମୁମ୍ବାଇ)- ବିଶାଖାପାଟଣା-ଏଲ୍‌ଟିଟି ଏକ୍ସ୍‍ପ୍ରେସ୍‌ ଆଂଶିକ ବାତିଲ କରାଯାଇଛି। ଏହା ବିଶାଖାପାଟଣା ଏବଂ ସୋଲାପୁର ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ପଟରୁ ସୋଲାପୁର ଏବଂ ଏଲ୍‌ଟିଟି ମଧ୍ୟରେ ସେବା ବାତିଲ କରାଯିବ।

୧୭ ରୁ ୨୩ ଅଗଷ୍ଟ ଯାଏଁ ମୁମ୍ବାଇରୁ ଏବଂ ୧୬ ରୁ ୨୨ ଅଗଷ୍ଟ ଯାଏଁ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୧୧୦୧୯/୧୧୦୨୦ ସିଏସ୍‌ଏମ୍‌ଟି (ମୁମ୍ବାଇ)-ଭୁବନେଶ୍ୱର-ସିଏସ୍‌ଏମ୍‌ଟି କୋଣାର୍କ ଏକ୍ସ୍‍ପ୍ରେସ୍‌ ପରିବର୍ତ୍ତିତ ପଥ ମନମଡ଼-ଔରଙ୍ଗାବାଦ-ଲଛମିପୁର-ପାର୍ଲି-ବୈଜ୍‌ନାଥ-ବିକାରାବାଦ ଦେଇ ଉଭୟ ପଟୁ ଚଳାଚଳ କରିବ।

By amfnews

Related Post