Fri. Jun 12th, 2026

‘ପିଠା’ କାର୍ଯ୍ୟକ୍ରମରେ ଫୁଟିଲା ଗୁଳି

373 Views

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଠାରେ ଆୟୋଜିତ ‘ପିଠା’ କାର୍ଯ୍ୟକ୍ରମ ବେଳେ ଗୁଳି ଫୁଟିଛି। ଗୁଳି ଫୁଟାଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁ କରି ତନାଘନା କରୁଛି।

ସୋମବାର ଡୁଙ୍ଗୁରିପାଲି ବ୍ଲକ୍‌ ଅଫିସ ନିକଟସ୍ଥ ରାଜୀବ ଗାନ୍ଧି ସେବାକେନ୍ଦ୍ର ଠାରେ ‘ପିଠା’ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ଏକ କାର୍‌ରେ ଆସି ସଭାଗୃହକୁ ପଶିଥିଲେ। ସେଠାରେ ଉପସ୍ଥିତ ଥିବା ଚେରୁପାଲି ଇଓ ଦୁ‌େ‌‌ର୍ଯ୍ୟ‌ଧନ ମେହେରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ। ସଭାରେ ମହିଳାମା‌େନ ଅଛନ୍ତି, ଅଶ୍ଳୀଳ ଭାଷାରେ କାହିଁକି ଗାଳି କରୁଛ ବୋଲି କହିଥିଲେ। ମାତ୍ର, ଦୁହେଁ ନମାନିବାରୁ ‌ଉପସ୍ଥିତ ଲୋକ ଦୁଇ ଜଣଙ୍କୁ ମାଡ଼ମାରି ବାହାରକୁ ବାହାର କରିଦେଇଥିଲେ।

ଏହାପରେ ସେମାନେ ସେଠାରୁ ବାହାରି ଯାଇ ତାଙ୍କ କାର୍‌ ପାଖକୁ ଯାଇଥିଲେ। ସେଠା‌ରେ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ଉପସ୍ଥିତ ଲୋକେ ସେଠାରେ ଥିବା ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

ଏନେଇ ବିଡିଓ ସହଦେବ ସମାଧିଆଙ୍କ ଏତଲାକ୍ରମେ ପୁଲିସ ଦଫା ୪୪୮,୨୯୪,୫୦୬ ଓ ୨୫ରେ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ କରୁଛି। ତେବେ, ଘଟଣା ପଛର କାରଣ ଜଣାପଡ଼ିନାହିଁ।

By amfnews

Related Post