Sat. Aug 15th, 2026

ହୋଟେଲ୍‌ରେ ପଶି ଲୁଟ୍‌, ୨ ଗିରଫ

File written by Adobe Photoshop¨ 5.2
291 Views

ଭୁବନେଶ୍ବର : ୟୁନିଟ୍‌-୩ ଖାରବେଳନଗର ସ୍ଥିତ ହୋଟେଲ୍‌ ନୀଳାଚଳରେ ପଶି ଲୁଟ୍‌ପାଟ୍‌ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ବହୁ ଜିନିଷପତ୍ର ଜବତ କରିଛି। ସେମାନେ ହେଲେ ମାଳିସାହି ମସ୍‌ଜିଦ୍‌ କଲୋନିର ସେଖ୍‌ ରମଜାନ୍‌(୧୯) ଓ ଅବଦୁଲ୍‌ ସାମଲ(୩୩)। ଗତ ୭ତାରିଖ ରାତିରେ ରମଜାନ୍‌ ଓ ଅବଦୁଲ୍‌ ନୀଳାଚଳ ହୋଟେଲ୍‌ରୁ ପ୍ରେସର କୁକର, ଗ୍ୟାସ୍‌ ସମେତ ବହୁ ଆସବାବପତ୍ର ଚୋରି କରିଥିଲେ। ଏ ନେଇ ହୋଟେଲ୍‌ ମାଲିକ ଦୀପକ ଦ୍ବିବେଦି ଥାନାରେ ଅଭିଯୋଗ କରିଥିଲେ। ଖାରବଳେନଗର ଥାନା ପୁଲିସ ଘଟଣାର ତଦନ୍ତ କରିଥିଲା। ରବିବାର ରାତିରେ ପୁଲିସର ଟିମ୍‌ ଉଭୟଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଚୋରି ହୋଇଥିବା ସମସ୍ତ ଜିନିଷ ଜବତ କରିଥିଲା। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବହି ଦୋକନରୁ ଚୋରି, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର : ବହି ଦୋକାନରୁ ଚୋରି କରିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ବଡ଼ଗଡ଼ ଥାନା ଅଧୀନ ମଇଁଷିଆ ଖାଲ ବସ୍ତିର ମନୁ ଓରଫ ରାକେଶ କୁମାର ଦେ(୩୨)। ପୁଲିସ ସୂଚନା ଅନୁଯାୟୀ ରବି ଟକିଜ୍‌ ଛକଠାରେ ଥିବା ବିଜୟ ମାଗାଜିନ୍‌ ନାମକ ବହି ଦୋକାନରୁ ଗତ ୭ତାରିଖ ରାତିରେ ୧୦ହଜାର ୬ଶହ ଟଙ୍କା ଚୋରି ହୋଇଥିଲା। ଦୋକାନର ମାଲିକ ବିଜୟ କୁମାର ବେହେରା ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମନୁକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ୧୦ହଜାର ଟଙ୍କା ଜବତ କରିଛି।

ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

By amfnews

Related Post