Sun. Sep 27th, 2026

ପାରା ଚୋରି କରି ଖାଇଥିବା ସନ୍ଦେହରେ ୭୦ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା; ୯ ଗିରଫ

693 Views

ମୁମ୍ବାଇ, ଜାନୁଆରୀ ୧୩  : ଶୁକ୍ରବାର ଦିନ ପୂର୍ବ ବାସାଇରେ ପୋଷା ପାରା ଚୋରି କରି ତା’ର ମାଂସ ଖାଇଥିବା ଅଭିଯୋଗରେ ଜଣେ ୭୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ବାସାଇ ଗାଓଁ ପୁଲିସ ନଅ ଜଣ ଲୋକଙ୍କୁ ଗିରଫ କରିଛି।

ଶୁକ୍ରବାର ରାତିରେ ଦଳେ ଉତ୍ତ୍ୟକ୍ତ ଲୋକ ରଣଗାଓଁ ଅନ୍ତର୍ଗତ ଲାହୁପାଣ୍ଡାସ୍ଥିତ ରାମଚନ୍ଦ୍ର ଶାଓ୍ଵାଁର୍‌ ରାଉତ ନାମକ ଉକ୍ତ ବ୍ୟକ୍ତଙ୍କ ଘରକୁ ଯାଇ ପାରା ଚୋରି ସଂକ୍ରାନ୍ତରେ ପଚରା ଉଚୁରା କରିଥିଲେ। ରାଉତ ଅଭିଯୋଗକୁ ଅସ୍ୱୀକାର କରିଥିଲେ ବି ସେ ପାରା ମାଂସ ଖାଇଥିବା ସନ୍ଦେହ କରି ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ତାଙ୍କର ଗଳାରୁଦ୍ଧ କରି ହତ୍ୟା କରିଥିଲେ।

ପୁଅ ରାଉତଙ୍କୁ ନେଇ ତୁରନ୍ତ ଡାକ୍ତରଖାନା ଯାଇଥିଲେ ମାତ୍ର ସେଠାରେ ତାଙ୍କୁ ଭର୍ତ୍ତି କରିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ସେ ଥାନାକୁ ଯାଇ ଅଭିଯୋଗ କରିବା ପରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୨, ୪୫୨, ୧୪୩ . ୧୪୭. ୩୨୩. ୫୦୪ ଏବଂ ୫୦୬ ମାମଲା ରୁଜୁ କରାଯାଇଥିଲା।

ପରେ ପରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଶନିବାର ଦିନ ବସାଇ ଅଦାଲତରେ ହାଜର କରାଯିବା ପରେ ପୁଲିସ ହାଜତକୁ ନିଆଯାଇଛି।

By amfnews

Related Post