Sat. Oct 3rd, 2026

ପାଞ୍ଚ ଶହ ଟଙ୍କା ପାଇଁ ଖୁଡ଼ୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

278 Views

ପାଟଣା : ମାତ୍ର ୫ ଶହ ଟଙ୍କା ପାଇଁ ଖୁଡ଼ୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପୁତୁରା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ବନ୍ଧସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ। ଅଭିଯୁକ୍ତ ପୁତୁରା ସାଧୁ ଦାସ (୩୦)କୁ ପୁଲିସ ଗିରଫ କରିଛି। ଖୁଡ଼ୀ ରୁଦେଇ ଦାସ (୪୫)ଙ୍କୁ ସେ ୫ ଶହ ଟଙ୍କା ମାଗିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସାଧୁ ଏକ ଟାଙ୍ଗିଆରେ ରୁଦେଇଙ୍କୁ ଟାଙ୍ଗିରେ ହାଣି ପକାଇଥିଲା। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ପରେ ଚୋଟ ମାରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଗାଁ ପୁଲିସ  ପହଞ୍ଚି ଶବ ଜବତ କରିବା ସହ ପାଟଣା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି।

By amfnews

Related Post