Tue. Aug 4th, 2026

ଗଂଜେଇ ଚାଲାଣ, ୩ ଇଂଜିନିୟରିଂ ଛାତ୍ର ଗିରଫ

260 Views

କଟକ : ମଧୁପାଟଣା ଛକ ଲିଙ୍କରୋଡରେ ଆଜି ୩୨ କିଲୋ ଗଂଜେଇ ଜବତ ହୋଇଛି। ୩ ଜଣ ଇଂଜିନିୟରିଂ ଛାତ୍ର ଗଂଜେଇ ଚାଲାଣ କରୁଥିବା ବେଳେ ଧରା ପଡିଛନ୍ତି। ଅବକାରୀ ଡେପୁଟି କମିସନର ରାମଚନ୍ଦ୍ର ପାଲଟାଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା। ଗିରଫ ଅଭିଯୁକ୍ତ ହେଉଛନ୍ତି କନ୍ଧମାଳ ଖଜୁରିପଡା ଥାନା ଅନ୍ତର୍ଗତ ତିଳକପଡାର ଆଶିଷ କୁମାର ଡିଗଲ, ମନୋମାଳିଆ ଡିଗଲ, ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବିରଗୁଡାର ସାଇମାଧବ ଡିଗଲ। ଏମାନେ କନ୍ଧମାଳ, ଫୁଲବାଣୀରୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ। ଏହି ଚଢାଉରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରିଣୀ ବୈଜୟନ୍ତୀ ପଣ୍ତା, ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ, ଗାଲୁରାମ ସୋରେନ୍‌, ସବ୍‌ ଇନ୍ସପେକ୍ଟର ଧନଞ୍ଜୟ ପାତ୍ର, କନଷ୍ଟେବଳ କିଶୋର ଚନ୍ଦ୍ର ରାଉତ, ରାମଚନ୍ଦ୍ର ଜେନା, ଜିଟିକେଇ ନାୟକ, ର˚ଜନ ପାତ୍ର, ସାଲାଇ ହେମ୍ବ୍ରମ୍‌ ପ୍ରମୁଖ ସାମିଲ ହୋଇଥିଲେ। ଏହି ଇଂଜିନିୟରିଂ ଛାତ୍ରମାନେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଗଂଜେଇ ନେଇ ଦେଉଥିବା ବେଳେ ଗୋଟିଏ ଥରରେ ୫ ହଜାର ଟଙ୍କା ପାଉଥିଲେ। ଏ ପ୍ରକାର କାରବାରରେ ଅଧିକରୁ ଅଧିକ ଛାତ୍ରଙ୍କୁ ଚୋରା ଚାଲାଣକାରୀ ବ୍ୟବହାର କରୁଥିବା ବେଳେ ତାହା ଏବେ ପୁଲିସ ଓ ଅବକାରୀ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

By amfnews

Related Post