Mon. Aug 17th, 2026

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ନୌସେରାରେ ଗୁଳି ବିନିମୟ ବେଳେ ଯବାନ ସହିଦ

242 Views

ନୌସେରା : ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ସହିଦ ହୋଇଯାଇଛନ୍ତି | ତାଙ୍କ ନାମ ସନ୍ଦୀପ ଥାପ୍ପା ହୋଇଥିବାବେଳେ ସେ ଲାନ୍ସ ନାୟକ ପଦବୀରେ କାର୍ଯ୍ୟରତ ଥିଲେ | ମିଳିଥିବା ସୂଚନା ମୁତାବକ ରାଜୋରୀର ନୌସେରା ସେକ୍ଟରରେ ଆଜି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇ ପ୍ରବଳ ଗୁଳିମାଡ କରାଯାଇଥିଲା | ଏଥିରେ ଯବାନ ଜଣକ ସହିଦ ହୋଇଯାଇଥିଲେ | ତେବେ ପ୍ରତି ଜବାବ ଦେଇ ଭାରତ ପକ୍ଷରୁ ମଧ୍ୟ ଗୁଳି ବିନିମୟ ଜାରି ରହିଛି |

ଏଠାରେ ସୂଚନା ଥାଉ କି ଜମ୍ମୁ କଶ୍ମୀରର ବାରମୁଳା, ରାଜୌରି ଏବଂ ପୁଞ୍ଚ୍‌ ଜିଲ୍ଲାସ୍ଥିତ ଏଲ୍‌ଓସିରେ ପାକ୍‌ ସେନା ଗୁରୁବାରଠାରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରୁଛି। ଭାରତୀୟ ସେନାର ପାଲଟା ଜବାବରେ ୪ ପାକ୍‌ ରେଂଜର୍ସ ନିହତ ହୋଇଥିଲେ । ଉରି, ରାଜୌରି ଏବଂ ନଙ୍ଗି ଟେକ୍ରି ଅଞ୍ଚଳର କେଜି ସେକ୍ଟରରେ ପାକିସ୍ତାନ ପଟୁ ଗୁଳି ମାଡ଼ ହୋଇଥିଲା।

କିନ୍ତୁ ଏଲ୍‌ଓସିରେ ସୈନ୍ୟ ମୁତୟନ ବଢ଼ାଇ ଦିଆଯାଇଥିବାରୁ ଏହି ସ୍ଥିତିକୁ ସଠିକ୍‌ ଭାବେ ମୁକାବିଲା କରାଯାଇଥିବା ଜଣାପଡ଼ିଛି। ଏଲ୍‌ଓସି ନିକଟରେ ପାକିସ୍ତାନ ବିପୁଳ ସଂଖ୍ୟା ସୈନ୍ୟ ମୁତୟନ କରିଥିବାରୁ ଏହା ଉପରେ ଭାରତର ସତର୍କ ନଜର ରହିଛି।

By amfnews

Related Post