Sat. Jun 13th, 2026

ପଲସରରେ ଆସିଲେ, ଝାମ୍ପିନେଲେ ୧୮ଲକ୍ଷ

278 Views

ଆଠଗଡ଼ : ୧୮ ଲକ୍ଷ ଟଙ୍କା ନେଇ ଢ଼େଙ୍କାନାଳରୁ କଟକ ଯାଉଥିଲେ। ହେଲେ ବାଟରେ ଟଙ୍କା ବ୍ୟାଗ ଛଡ଼ାଇ ନେଲେ ଦୁର୍ବୃତ୍ତ। ଏପରି  ଲୁଟ୍‌ ଘଟଣା କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତାୟ ରାଜପଥ ରାଧାକିଶପୁର ଓଭରବ୍ରିଜ ନିକଟରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ କମ୍ପାନୀର ମ୍ୟାନେଜେର ସନ୍ତୋଷ ରାଜ ଆଜି ୧୮ଲକ୍ଷ ଟଙ୍କା ନେଇ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିଲେ। ଏହି ସମୟରେ ରାଧାକିଶପୁର ଓଭରବ୍ରିଜ ନିକଟରେ ଦୁଇଟି ପଲସରରେ ଚାରିଜଣ ଯୁବକ ଆସି ସନ୍ତୋଷଙ୍କୁ ଅଟକାଇଥିଲେ। ପ୍ରଥମେ ଦୁର୍ବୃତ୍ତମାନେ  ଗାଡି ଚାବି ଛଡ଼ାଇ ନେଇ ଯାଇଥିଲେ। ପରେ ସେମାନେ ସନ୍ତୋଷଙ୍କୁ ଧମକ ଚମକ ଦେଇ ଟଙ୍କା ବ୍ୟାଗ୍ ଓ ମୋବାଇଲ ଛଡ଼ାଇ ନେଇ ଯାଇଥିଲେ। ସନ୍ତୋଷଙ୍କ ବ୍ୟାଗରେ ୧୮ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ଏନେଇ ସନ୍ତୋଷ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କ ଘର ଢେଙ୍କାନାଳ ଜିଲ୍ଲାର କାଇମାଟି ଅଞ୍ଚଳରେ ବୋଲି ଜଣାପଡ଼ିଛି।

By amfnews

Related Post