Wed. Sep 9th, 2026

୧୨ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର

204 Views

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁତନା ସଂରକ୍ଷିତ ଜଙ୍ଗଲରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାର ଓଜନ ପ୍ରାୟ ୧୨ କେଜି ହେବ। ବାହାର ରାଜ୍ୟକୁ ଚାଲାଣ ପାଇଁ  ଦୁର୍ବୃତ୍ତମାନେ ଏହି ବଜ୍ରକାପ୍ତାକୁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିଲେ ବୋଲି କୁହାଯାଉଛି।

ଗତକାଲି ସନ୍ଧ୍ୟାରେ ବୌଦ୍ଧ ରେଂଜ ଅଫିସର ଆଶିଷ କହଁରଙ୍କ ନେତୃତ୍ୱରେ ଏକ ଟିମ୍‌ ପୁତନା ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ।

By amfnews

Related Post