Tue. Sep 22nd, 2026
304 Views

ଭୁବନେଶ୍ୱର : ପରିବା ଟ୍ରେ’ରୁ  ବାହାରିଲା ନାଗ ସାପ। ଗତକାଲି ଭୁବନେଶ୍ୱର ସ୍ଥିତ ଝାରପଡ଼ା ପରିବା ହାଟରେ ଦେଖିଥିବାକୁ ମିଳିଥିଲା ଏହି ଦୃଶ୍ୟ। ଜଣେ ପରିବା ଦୋକାନୀ ପରିବା ରଖିବା ପାଇଁ ଟ୍ରେ’ ଗୁଡିକୁ ସଜାଡ଼ିବା ବେଳେ ସାପର ଗର୍ଜନ ଶୁଣି ଚମକି ପଡ଼ିଥିଲେ। ପରେ ଏକ ଟ୍ରେ’ରେ ଗୋଟିଏ ବଡ଼ ନାଗ ସାପ ଫସି ଥିବାର ସେ ଦେଖିଥିଲେ। ସାପଟିର ମୁଣ୍ଡ ଟ୍ରେ’ର ଫାଙ୍କରେ ଗଳି ଯାଇଥିଲା। ଫଳରେ ସେ ଆଗକୁ ଯାଇପାରୁ ନଥିଲା କି ପଛକୁ ଫେରି ପାରୁ ନଥିଲା। ଏହା ଦେଖି ଦୋକାନୀ ଜଣକ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ।

ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ ରାଜେଶ ସୂତାର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଟ୍ରେ’ରୁ ଉଦ୍ଧାର କରିଥିଲେ। ସାପଟି ସମ୍ଭବତଃ ବେଙ୍ଗ ଖାଇବା ପାଇଁ ଯାଇ ପରିବା ଟ୍ରେ’ରେ ଫସି ଯାଇଥିଲା ବୋଲି ଅନୁମାନ କରାଯାଉଛି।

By amfnews

Related Post