Tue. Aug 11th, 2026

ମୁରଲୀଧରଙ୍କୁ ପିଟି ଦେଇ ପଳାଇଲା ଅଜଣାଗାଡ଼ି

249 Views

ବାଙ୍କୀ : କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ବ୍ରିଜ୍ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମୁରଲୀଧର ପାଲ୍। ତାଙ୍କ ଘର କୃଷ୍ଣଚନ୍ଦ୍ରପୁର ଗାଁର ବାରିକ ସାହିରେ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ଖବର ପ୍ରଚାରିତ ହେବାମାତ୍ରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ସ୍ଥାନୀୟ ଲୋକେ ତ୍ରିଶୁଳିଆ ଛକରେ ରାସ୍ତାରୋକ କରିଥିଲେ। ବାରଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।  ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

By amfnews

Related Post