Wed. Oct 14th, 2026

ପଞ୍ଚୁପାଳ ଗ୍ରାମ ହତ୍ୟାକାଣ୍ଡର ଆସାମୀ ଗିରଫ; ହତ୍ୟାକାଣ୍ଡରେ ବ୍ୟବହୃତ ଘାସକଟା ଛୁରି ଉଦ୍ଧାର

324 Views

ବାରଙ୍ଗ  : ଶୁକ୍ରବାର ସକାଳେ ସ୍ଥାନୀୟ ପଞ୍ଚୁପାଳ ଗ୍ରାମର ପୁଲସି ଜଣେ ଆତତାୟୀଙ୍କୁ ଗିରଫ କରିଛି। ଗିରଫ ଆତତାୟୀ ହେଉଛନ୍ତି ସୁଭ୍ରାଂଶୁ ଶେଖର ଷଡ଼ଙ୍ଗୀ ଓରଫ ରାଜା। ଚନ୍ଦକା ଥାନା ଅଧୀନ ଦାରୁଠେଙ୍ଗ ପଞ୍ଚାୟତ ଅନ୍ତର୍ଗତ ଚୁଡ଼ଙ୍ଗ ବସ୍ତିର ମଣ୍ଟୁ ମଣ୍ଡଳଙ୍କୁ ସେ ପୁରୀ ମୁଖ୍ୟ କେନାଲର ତାରିଣୀଗଡ଼ା ଠାରେ ହତ୍ୟା କରିଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ପୁଲିସ ସହ ସେ ଜାଗାକୁ ଯାଇ କେନାଲକୂଳରେ ଥିବା ଅରମାରେ ଫିଙ୍ଗିଥିବା ଘାସକଟା ଛୁରି ମଧ୍ୟ ବାହାର କରିଛନ୍ତି।

ସେଦିନ ରାତି ପ୍ରାୟ ୧୧: ୪୫ରେ ସେମାନେ ମଦ୍ୟପାନ କରି ଝଗଡ଼ା କରିଥିଲେ। ରାଜା ଉତ୍ତ୍ୟକ୍ତ ହୋଇ ମଣ୍ଟୁଙ୍କୁ ପିଟାପିଟି କରି ଘାସକଟା ଛୁରିରେ ହାଣି ମାରିପକାଇଥିଲା ବୋଲି କହୁଛନ୍ତି। ସେପ୍ଟେମ୍ବର ୧୧ ତାରିଖ ସକାଳେ ପୁରୀ ମୁଖ୍ୟ କେନାଲର ତାରିଣୀଗଡ଼ାରୁ ଯେଉଁ ଶବ ମିଳିଥିଲା ତାହା ମଣ୍ଟୁ ମଣ୍ଡଳଙ୍କର ବୋଲି ଯାଜପୁରରେ ରହୁଥିବା ତାଙ୍କ ପତ୍ନୀ ଘଟଣାର ୪ ଦିନ ପରେ ଚିହ୍ନଟ କରିଥିଲେ। ପତ୍ନୀ ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

By amfnews

Related Post