Wed. Sep 23rd, 2026

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ ପରିସରରେ ଅଗ୍ନିକାଣ୍ଡ

401 Views

ସମ୍ବଲପୁର: ଆଜି ସକାଳେ ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍  ମେଡିକାଲ ସାଇନସେସ ଆଣ୍ଡ ରିସର୍ଚ୍ଚ  ପରିସରରରେ ଏକ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍  ମେଡିକାଲ ସାଇନସେସ ଆଣ୍ଡ ରିସର୍ଚ୍ଚ ପରିସରରେ ଥିବା ବ୍ୟାଟେରି ରୁମରେ ହଠାତ୍ ଧୂଆଁ ଦେଖିବାକୁ ପାଇଥିଲେ। ତାପରେ ରୋଗୀ ଏବଂ ସଂପର୍କୀୟମାନେ ଆତଙ୍କିତ ହୋଇପଡ଼ିଥିଲେ।ସଙ୍ଗେସଙ୍ଗେ ରୋଗୀମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।

ବୀର ସୁରେନ୍ଦ୍ର ସାଏ ମେଡକାଲ ପରିସରରେ ଥିବା ଅଗ୍ନିଶମ ବିଭାଗର କର୍ମଚାରୀମାନେ ବ୍ୟାଟେରି ରୁମରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣା ସକାଳ ସାଢ଼େ ୭ଟା ବେଳେ ଘଟିଥିବା କୁହାଯାଉଛି। ତେବେ ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ଘଟି ନଥିବା ଜଣାଯାଇଛି। ବ୍ୟାଟେରି ରୁମରେ ଥିବା ବ୍ୟାଟେରିଗୁଡିକ ଜଳିଯାଇଥିବା ଜଣାଯାଇଛି। କିନ୍ତୁ ବ୍ୟାଟେରି ରୁମ ପାଖରେ ଆଇସିୟୁ ଥିବା ହେତୁ ଯଦି ଠିକ୍ ସମୟରେ ନିଆଁ ଲିଭାଯାଇନଥାନ୍ତା ,ତେବେ ଏହା ଆଇସିୟୁକୁ ବ୍ୟାପି ଯାଇଥାନ୍ତା ବୋଲି କୁହାଯାଉଛି।

By amfnews

Related Post