Wed. Sep 2nd, 2026

ନୂଆବର୍ଷରୁ କଂଗ୍ରେସ ପ୍ରଚାରକୁ ଓହ୍ଲାଇବ

253 Views

ଭୁବନେଶ୍ବର , ୧ ଜାନୁଆରୀ : ଓଡ଼ିଶାରେ ମହିଳାଙ୍କୁ ମିଳୁନି ସୁରକ୍ଷା। ପ୍ରତ୍ୟେକ ଦିନ ଅସଦାଚରଣ ଘଟଣା ସାମନାକୁ ଆସୁଛି। ଦୁର୍ନୀତି ଭ୍ରଷ୍ଟାଚାରରେ ରାଜ୍ୟବାସୀ ଜର୍ଜରିତ। ଚାଷୀ ହତାଶ ହେଲାଣି, ହକ ମିଳୁନାହିଁ। ଏସବୁ ପ୍ରସଙ୍ଗକୁ ନେଇ ଆସନ୍ତା ୨ ତାରିଖରୁ କଂଗ୍ରେସ ଲୋକଙ୍କ ପାଖକୁ ଯିବ। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା େଦଇଛନ୍ତି।

ପିସିସି ସଭାପତି କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ସାଧାରଣ ନିର୍ବାଚନକୁ ଆଉ କେଇମାସ ବାକି ରହିଛି। ହେଲେ ନୂଆବର୍ଷ ଆରମ୍ଭରୁ କଂଗ୍ରେସ ତାର ଲୋକସମ୍ପର୍କ ଅଭିଯାନ ଆରମ୍ଭ କରିବ। ଆସନ୍ତା ଜାନୁଆରି ୨ ତାରିଖରୁ ଭଦ୍ରକର ଅଗରପଡ଼ାରେ କଂଗ୍ରେସ ସାଧାରଣ ସଭା କରି ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତା ନେଇ ଲୋକଙ୍କୁ ସଚେତନ କରିବ। ସେହିପରି ୪ ତାରିଖରେ ଗଞ୍ଜାମ, ୬ରେ ବଲାଙ୍ଗୀର ଠାରେ ଚାଷୀ ସମାବେଶ କରାଯିବ। ଜାନୁଆରୀ ୭ ତାରିଖରେ ଯାଜପୁରରେ ସାଧାରଣ ସଭା ସହ ୮ ତାରିଖରେ ଜିଲ୍ଲାଵାରୀ ଚାଷୀ ସମାବେଶ କରି ସରକାରଙ୍କ ଅସଲ ଚେହେରାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କଂଗ୍ରେସ େଯାଜନା ପ୍ରସ୍ତୁତ କରିଛି େବାଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

କେବଳ ସେତିକି ନୁହେଁ, ଜାନୁଆରି ୯ ତାରିଖରେ କଟକ, କେନ୍ଦ୍ରାପଡ଼ାରେ କଂଗ୍ରେସ ରାଲି କରିବା ସହ ସାଧାରଣ ସଭା କରିବ। ସେହିପରି ୧୦ ତାରିଖରେ ଭଦ୍ରକରେ ସାଧାରଣ ସଭା ଓ ୧୨ ତାରିଖରେ ସୁକିନ୍ଦା, ବରି ଓ ବଡ଼ଚଣାରେ କଂଗ୍ରେସ ସମାବେଶ କରି କଂଗ୍ରେସ କ୍ଷମତାକୁ ଆସିଲେ କଣ କରିବ ସେ ପ୍ରତିଶ୍ରୁତି ମଧ୍ୟ ଲୋକଙ୍କୁ ଦେବ।

By amfnews

Related Post