Fri. Apr 24th, 2026

ପାଟନା ବିମାନବନ୍ଦରରେ ଶତୃଘ୍ନ ସିହ୍ନାଙ୍କୁ ଆଉ ମିଳିବ ନାହିଁ ଭିଆଇପି ସୁବିଧା

279 Views

ପାଟନା, ୧ ଜାନୁଆରୀ : ଭାରତୀୟ ଜନତା ପାର୍ଟିର ବିବାଦୀୟ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅଭିନେତା ଶତୃଘ୍ନ ସିହ୍ନାଙ୍କୁ ଆଉ ପାଟନା ବିମାନବନ୍ଦରରେ ଭିଆଇପି ସୁବିଧା ମିଳିବ ନାହିଁ। ଏଣିକି ଶ୍ରୀ ସିହ୍ନା ବିମାନବନ୍ଦର ନିୟମିତ ସୁରକ୍ଷା ଯାଞ୍ଚ ସହିତ ବିମାନବନ୍ଦରକୁ ପ୍ରବେଶ କରିବେ ବୋଲି ପାଟନା ଜୟପ୍ରକାଶ ନାରାୟଣ ବିମାନବନ୍ଦରରର ନିର୍ଦ୍ଦେଶକ ରାଜେନ୍ଦ୍ର ସିଂହ ଲାହାଉରିଆ କହିଛନ୍ତି।

ଶ୍ରୀ ଲାହାଉରିଆ କହିଛନ୍ତି ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିହ୍ନା ପୂର୍ବରୁ ବିମାନବନ୍ଦରରେ ଯେପରି ବିନା ଯାଞ୍ଚରେ ପ୍ରବେଶ କରି ପାରୁଥିଲେ, ସେ ସୁବିଧା ଆଉ ତାଙ୍କୁ ମିଳିବ ନାହିଁ। ପୂର୍ବରୁ ବିଜେପିର ଏହି ବିବାଦୀୟ ନେତା ବିମାନବନ୍ଦର ଭିତରକୁ ତାଙ୍କର କାର ପ୍ରବେଶ କରିବାର ଅନୁମତି ପାଇଥିଲେ। ଶ୍ରୀ ସିହ୍ନଙ୍କ ଏହି ଅନୁମତି ୨୦୧୮ ଜୁନ୍‌ ମାସ ପର୍ଯ୍ୟନ୍ତ ମିଳିଥିଲା। ତା ପରଠାରୁ ଏହି ଅନୁମତି ପରିବର୍ଦ୍ଧିତ ନେଇ ଆଉ କୌଣସି ନିର୍ଦ୍ଦେଶ ନ ଥିବା ଶ୍ରୀ ଲାହାଉରିଆ କହିଛନ୍ତି।

ସୂଚନାଯୋଗ୍ୟ ଯେ ପାଟନାସାହିବର ବିଜେପି ସାଂସଦ ଶ୍ରୀ ସିହ୍ନା ଗତ ୩ ବର୍ଷ ହେବ ଲଗାତର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ମାତ୍ର ବିଜେପି ବର୍ତ୍ତମାନ ସୁଦ୍ଧା ଶ୍ରୀ ସିହ୍ନାଙ୍କୁୁ ଦଳରୁ ବାହାର କି ନ ଥିଲେ ମଧ୍ୟ ତାଙ୍କୁ ଯେତିକି ଗୁରୁତ୍ୱ ଦେବ କଥା ତାହା ଦେଉ ନାହିଁ। ବିଜେପି ସହିତ ଶ୍ରୀ ସିହ୍ନାଙ୍କ ବଢ଼ୁଥିବା ଦୂରତ୍ୱକୁ ଆଖିଆଗରେ ରଖି ତାଙ୍କୁ ପାଟନା ବିମାନମନ୍ଦରରେ ମିଳୁଥିବା ଭିଆଇପି ସୁବିଧା ପ୍ରତ୍ୟାହାର ବିଭିନ୍ନ ଆଲୋଚନାକୁ ଖୋରାକ ଯୋଗାଇଛି।

By amfnews

Related Post