Sun. Oct 4th, 2026

ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ

196 Views

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଏକ ଝାଡ଼ଖଣ୍ଡୀ ହାତୀପଲ ପଶି ଆସିଛନ୍ତି। ଦୁର୍ଗାଦେବୀ ଅଞ୍ଚଳ ଦେଇ ଆଜି ଭୋରରେ ତିନିକୋଶିଆ ଜଙ୍ଗଲରେ ୪୦ଟି ହାତୀ ପଶିଛନ୍ତି। ଏହି ହାତୀପଲରେ ୩୫ଟି ବଡ଼ ହାତୀ ଥିବା ବେଳେ ୫ଟି ଛୁଆ ହାତୀ ଥିବା ନୀଳଗିରି ରେଞ୍ଜର କହିଛନ୍ତି।

୧୦ ବର୍ଷ ହେଲା ଝାଡ଼ଖଣ୍ଡୀ ହାତୀ ପଲ ଏଠାକୁ ଆସୁଛନ୍ତି। ବର୍ଷକୁ ଥରେ ଏମାନେ ନିଶ୍ଚିତ ଏ ଅଞ୍ଚଳରେ ପଶୁଥିବା ବେଳେ ଚଳିତ ବର୍ଷ ୫ ଥର ଆସିଲେଣି। ହାତୀ ପଲ ବାରମ୍ବାର ଆସିବା ଯୋଗୁ ଲୋକେ ଭୟଭୀତ ହୋଇଯାଇଛନ୍ତି।

By amfnews

Related Post