Mon. Sep 14th, 2026

କ୍ଷୀରସିନ୍ଧୁଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ

206 Views

ନବରଙ୍ଗପୁର : ନବରଙ୍ଗପୁର ସହର ରାଜରାସ୍ତାରେ ଜଣେ ବ୍ୟକ୍ତିର ଗଳା କାଟି ଦେଇଛନ୍ତି ଦୁର୍ବୃତ୍ତ। ତାଙ୍କ ନାଁ କ୍ଷୀରସିନ୍ଧୁ ଗହୀର। ତାଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଘଣ୍ଟିଗୁଡ଼ା ନିକଟ ମହିମା ଗାଁରେ।

ନବରଙ୍ଗପୁର ପୁଲିସ୍‌ କ୍ଷୀରସିନ୍ଧୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ କ୍ଷୀରସିନ୍ଧୁ ନବରଙ୍ଗପୁର ତହସିଲ୍ ଅଫିସ୍ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଫେରାର ହୋଇଯାଇଥିଲା ଦୁର୍ବୃତ୍ତ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post