Fri. Aug 14th, 2026

ନିଜ ସଫଳତାର ତାଲିକା ପୋଷ୍ଟ୍‌ କରି ବିରୋଧୀଙ୍କୁ ଟାର୍ଗେଟ୍‌ କଲେ କେଜ୍ରିୱାଲ୍‌

249 Views

ନୂଆଦିଲ୍ଳୀ : ଆସନ୍ତା ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ ଦଳର ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ନିଜର ସଫଳତାଗୁଡ଼ିକୁ ଦର୍ଶାଇ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍‌ କରିଛନ୍ତି। ସେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ର ସହାୟତା ନେଇ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି କି ‘ବିରୋଧୀମାନଙ୍କର କେବଳ ଗୋଟାଏ ଲକ୍ଷ୍ୟ, ତାହା ହେଉଛି ମୋତେ ପରାଜିତ କରିବା।’

ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘ଭାଜପା, ଜେଡିୟୁ, ଏଲ୍‌ଜେପି, ଜେଜେପି, କଂଗ୍ରେସ ଓ ଆର୍‌ଜେଡି ଗୋଟାଏ ପଟରେ ଓ ସ୍କୁଲ୍‌, ହସ୍ପିଟାଲ୍‌, ପାଣି, ବିଜୁଳି, ମହିଳାଙ୍କ ପାଇଁ ମାଗଣା ଯାତ୍ରା ଓ ଦିଲ୍ଲୀର ଜନତା ଆଉ ଗୋଟାଏ ପଟରେ। ମୋ ଲକ୍ଷ୍ୟ ହେଉଛି ଭ୍ରଷ୍ଟାଚାରକୁ ଦୂରେଇ ଦେଇ ଦିଲ୍ଳୀକୁ ଆଗକୁ ନେଇଯିବା। ସେମାନଙ୍କ ଲକ୍ଷ ମୋତେ ହରାଇବା।’

ସୋମବାର ରାତିରେ ବିଜେପି ତା’ର ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କ ବିପକ୍ଷରେ ସୁନୀଲ ଯାଦବଙ୍କୁ ମୈଦାନକୁ ଓହ୍ଲାଇଛି। ଯାଦବ ହେଉଛନ୍ତି ଦିଲ୍ଳୀ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି।

Arvind Kejriwal

@ArvindKejriwal

एक तरफ़ – भाजपा, JD(U), LJP, JJP, Congress, RJD

दूसरी तरफ़ – स्कूल, अस्पताल, पानी, बिजली, फ़्री महिला यात्रा, दिल्ली की जनता

मेरा मक़सद है – भ्रष्टाचार हराना और दिल्ली को आगे ले जाना,

उनका सबका मक़सद है – मुझे हराना

ଉଲ୍ଲେଖଯୋଗ୍ୟ, ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭୋଟ୍‌ ଗଣତି ହେବ ଫେବ୍ରୁଆରି ୧୧ ତାରିଖରେ।

ରୋଡ୍‌ ସୋ’ ବିଳମ୍ବ ହେବା ହେତୁ କେଜ୍ରିୱାଲ୍‌ ସୋମବାର ତାଙ୍କ ନାମାଙ୍କନ ପତ୍ର ଦାଖଲ କରିପାରିନାହାନ୍ତି। ସେ ରୋଡ୍‌ ସୋ’ ପରେ କହିଛନ୍ତି, ‘ଆଜି ମୋତେ ନାମାଙ୍କନ ପତ୍ର ଦାଖଲ କରିବାର ଥିଲା। ମାତ୍ର ୩ଟାରେ ଅଫିସ୍‌ ବନ୍ଦ ହୋଇ ଯାଇଥିଲା। ଲୋକମାନଙ୍କ ପ୍ରବଳ ଭଲପାଇବା ଦେଖିବା ପରେ ମୁଁ ଆଉ ରୋଡ୍‌ ସୋ’ ଛାଡ଼ି ଆସିପାରିଲି ନାହିଁ। କାଲି ସକାଳେ ମୁଁ ମୋ ପରିବାର ସହ ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବି। ପ୍ରଚୁର ସ୍ନେହ ଓ ସମର୍ଥନ ପାଇଁ ଆପଣଙ୍କୁ ଧନ୍ୟବାଦ।’

By amfnews

Related Post