Fri. Apr 24th, 2026

ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଜେ.ପି. ନଡ୍ଡାଙ୍କ ସାମ୍ନାରେ ଦୁଇଟି ବଡ଼ ଆହ୍ବାନ!

263 Views

ନୂଆଦିଲ୍ଲୀ : ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ଜେ.ପି. ନଡ୍ଡା ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ସାମ୍ନାରେ ଦୁଇଟି ବଡ଼ ଚାଲେଞ୍ଜ୍ ରହିଛି।
ଜେ.ପି. ନଡ୍ଡାଙ୍କ ପ୍ରଥମ ପରୀକ୍ଷା ଦିଲ୍ଲୀ ବିଧାନସଭା ନିର୍ବାଚନରୁ ଆରମ୍ଭ ହେବ ବୋଲି କୁହାଯାଉଛି। କାରଣ ଏଠି ଦଳ ଗତ ୨୧ ବର୍ଷ ହେବ କ୍ଷମତାରୁ ବାହାରେ ଅଛି । ଏପରି ସ୍ଥିତିରେ ନଡ୍ଡାଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହେଉଛି, କିପରି ବିଜେପି ଦିଲ୍ଲୀରେ ସରକାର ଗଢ଼ିବା।

ଦଳକୁ କ୍ଷମତାକୁ ଫେରାଇ ଆଣିବା ଲାଗି ସେଠାରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିନାହିଁ। ରାଜ୍ୟସ୍ତରୀୟ ଜଣେ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଉପସ୍ଥାପିତ କରିବା ବଦଳରେ ଏବେ ଭାଜପା କେନ୍ଦ୍ରୀୟ ନେତୃତ୍ୱଙ୍କ ଭରସାରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବାର ନିଷ୍ପତ୍ତି ନେଇଛି । ଆମ ଆଦମି ପାର୍ଟି ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଯେଉଁ ପ୍ରାକ୍ ନିର୍ବାଚନୀ ଆକଳନ କରାଯାଉଛି, ତାକୁ ଜେ.ପି. ନଡ୍ଡା ଭୁଲ୍ ପ୍ରମାଣିତ କରିବା ବି ଏକ ବଡ଼ ବଡ଼ ଚାଲେଞ୍ଜ୍ ।

ଠିକ୍ ସେହିପରି ବିହାରରେ ବିଜେପି –ଆରଜେଡି ମେଣ୍ଟର ବିଜୟ ବି ଏକ ଚାଲେଞ୍ଜ୍ । କାରଣ ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳରେ ହେବ। ବିଶେଷ କରି ବିଜେପି –ଆରଜେଡି ମେଣ୍ଟ ଜାରି ରଖିବା ଜରୁରୀ ବୋଲି କୁହାଯାଉଛି। ଅପରପକ୍ଷରେ ପଶ୍ଚମବଙ୍ଗ ଓ ଆସାମରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ମଧ୍ୟ ବଡ଼ ଚାଲେଞ୍ଜ୍ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

By amfnews

Related Post