Tue. Sep 29th, 2026

ନିଆରା ଉଦାହରଣ ସୃଷ୍ଟି କଲେ ପ୍ରିୟଙ୍କା, ଗାଡ଼ିରୁ ଓହ୍ଲାଇ ମୋଦୀ ସମର୍ଥକଙ୍କ ସହ ହାତ ମିଳାଇଲେ

287 Views

ନୂଆଦିଲ୍ଳୀ: ରାଜନୀତିରେ ଖେଳୁଆଡ୍‌ ମନୋଭାବ ଦେଖାଇଲେ ପ୍ରିୟଙ୍କା ଗାନ୍ଧୀ। ସାଧାରଣ ର୍ନିବାଚନକୁ ନେଇ ନେତା-ନେତାଙ୍କ ମଧ୍ୟରେ ଆକ୍ଷେପ ଓ ଆରୋପ୍‌ ଲାଗି ରହିଥିବା ବେଳେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ।

ପ୍ରିୟଙ୍କା ଗାନ୍ଧୀ ଇନ୍ଦୋର ଯାଇଥିବା ବେଳେ ମୋଦୀ ନାରାବାଜି କରୁଥିବା ବିଜେପି ସମର୍ଥକଙ୍କୁ ଭେଟିଛନ୍ତି ପ୍ରିୟଙ୍କା। ମୋଦୀ ସମର୍ଥକଙ୍କୁ ପ୍ରିୟଙ୍କା ଭେଟିବା ସହ ସେମାନଙ୍କୁ ଆଗୁଆ ଶୁଭକାମନା ଜଣାଇବା କଥା ରାଜନୀତିରେ ଜୋରଦାର ଚର୍ଚ୍ଚା ସୃଷ୍ଟି କରିଛି। ମଧ୍ୟପ୍ରଦେଶ ଇନ୍ଦୋର୍‌ ରାଜରାସ୍ତାରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ କାରକେଡ୍‌ ଯାଉଥିବା ସମୟରେ ଶୁଣିବାକୁ ମିଳିଥିଲା ମୋଦୀଙ୍କ ସମର୍ଥକଙ୍କ ନାରାବାଜି। ସେହି ସମୟରେ ସେଠାରେ ପ୍ରିୟଙ୍କା ନିଜ ଗାଡ଼ିକୁ ଅଟକାଇ ମୋଦୀ ସମର୍ଥକଙ୍କ ସହ ହାତ ମିଳାଇଥିଲେ। ରାଜନୀତିର ଏହି ରୋଚକ ଦୃଶ୍ୟରେ ମୋଦରୀ ସମର୍ଥକଙ୍କୁ ପ୍ରିୟଙ୍କା ଶୁଭକାମନା ଜଣାଇ କହିଛନ୍ତି ଆପଣ ଆପଣଙ୍କ ଜାଗାରେ ଅଛନ୍ତି ଓ ମୁଁ ଅଛି ମୋ ଜାଗାରେ। ସେପଟେ ପ୍ରିୟଙ୍କାଙ୍କ ଏହି ଖେଳୁଆଡ୍‌ ମନୋଭାବକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।

By amfnews

Related Post