Sun. Jul 26th, 2026

ନାବାଳିକାକୁ ବନ୍ଧୁକ ମୂନରେ ଭୟଭୀତ କରାଇ ଦୀର୍ଘ ୪ ବର୍ଷକାଳ ଦୁଷ୍କର୍ମ କରିବା ଅଭିଯୋଗରେ ବିଜେପି ନେତା ଗିରଫ

279 Views

ମୁମ୍ବାଇ  :   ମୁମ୍ବାଇର ଜନୈକ ବିଜେପି ନେତା ଜନୈକା ନାବାଳିକାକୁ ବନ୍ଧୁକ ମୂନରେ ଭୟଭୀତ କରାଇ ଦୀର୍ଘ ୪ ବର୍ଷକାଳ ଦୁଷ୍କର୍ମ କରିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ, ସଂପୃକ୍ତ ବିଜେପି ନେତାଙ୍କ ଯୌନ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରୁ ଶେଷରେ ଅତିଷ୍ଠ ହୋଇ ନାବାଳିକା ଜଣକ ପୁଲିସ୍‌ ଥାନାରେ ଯାଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ବିଜେପି ନେତାଙ୍କୁ ଆଜି ଗିରଫ କରିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ୨୦୧୫ ମସିହାରେ ଅଭିଯୁକ୍ତ ବିଜେପି ନେତା ଜଣଙ୍କ ସଂପୃକ୍ତା ନାବାଳିକାକୁ ବନ୍ଧୁକ ମୂନରେ ଭୟଭୀତ କରାଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ପରେ, ଏ ଘଟଣା ସଂପର୍କରେ କାହାରିକୁ କହିଲେ ହତ୍ୟା କରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ଏହାପର ଠାରୁ ସେ ନିୟମିତ ଭାବେ ନାବାଳିକା ଜଣଙ୍କୁ ଆଜି ପର୍ଯ୍ୟନ୍ତ ଦୁଷ୍କର୍ମ କରି ଆସୁଥିଲେ। ହେଲେ, ସଂପୃକ୍ତ ବିଜେପି ନେତାଙ୍କ ଯୌନ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରୁ ଶେଷରେ ଅତିଷ୍ଠ ହୋଇ ନାବାଳିକା ଜଣକ ପୁଲିସ୍‌ ଥାନାରେ ଘଟଣା ସଂପର୍କରେ ଅଭିଯୋଗ କରିଥିଲା।

By amfnews

Related Post