Sun. Apr 26th, 2026

୧୪ଟି ଗେଟ ଦେଇ ନିଷ୍କାସିତ ହେଉଛି ହୀରାକୁଦ ବନ୍ୟାଜଳ

189 Views

ସମ୍ବଲପୁର : ହୀରାକୁଦ ବନ୍ୟାଜଳ ୧୪ଟି ଗେଟ ଦେଇ ନିଷ୍କାସିତ ହେଉଛି। ତେବେ ହୀରାକୁଦର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ଫୁଟ ରହିଥିବା ବେଳେ ଜଳସ୍ତର ୬୨୦.୭୫ ଫୁଟ ରହିଛନ୍ତି। ସେହିପରି ଜଳଭଣ୍ଡାରକୁ ୧ଲକ୍ଷ ୭୦ ହଜାର ବନ୍ୟାଜଳ ପ୍ରବେଶ କରୁଛି।

ଗତ ବୁଧବାର ଦିନ ୧୧ଟା ୨୬ ମିନିଟରେ ଜଳଭଣ୍ଡାରର ହୀରାକୁଦ ପାର୍ଶ୍ଵ ବାମ ସ୍ପିଲେ୍‌ୱ’ରେ ଥିବା ୭ନଂ ସ୍ଲୁଇସ୍‌ ଗେଟ୍‌ ଖୋଲି ଜଳଭଣ୍ଡାରରୁ ମହାନଦୀକୁ ପାଣି ଛଡ଼ା ଯାଇଥିଲା। ଏହି ଗୋଟିଏ ଗେଟ୍‌ ଦେଇ ୧୫, ୫୫୦ କ୍ୟୁସେକ୍‌ ପାଣି ନିଷ୍କାସିତ ହୋଇଥିଲା। ଗେଟ୍‌ ଖୋଲିବା ବେଳେ ଜଳଭଣ୍ଡାରର ଜଳସ୍ତର ୬୧୮.୬୯ ଫୁଟ ରହିଥିଲା। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୭୦ ହଜାର କ୍ୟୁସେକରୁ ଅଧିକ ଜଳ ପ୍ରବେଶ କରୁଥିଲା। ତେବେ ମହାନଦୀର ତଳ ମୁଣ୍ଡରେ ବନ୍ୟା ସ୍ଥିତି ଥିବାରୁ ଓ ଖଇରମାଳରୁ ମୁଣ୍ଡଳି ମଧ୍ୟରେ ପ୍ରଚୁର ପରିମାଣରେ ଜଳ ପ୍ରବାହିତ ହେଉଥିବାରୁ ମାତ୍ର ଅଢ଼େଇ ଘଣ୍ଟା ଖୋଲା ରଖି ଦିନ ୨ଟାରେ ଗେଟ୍‌କୁ ବନ୍ଦ କରି ଦିଆ ଯାଇଥିଲା।

By amfnews

Related Post