Sun. Oct 4th, 2026

ନାଗୁଣୀ ସମେତ ୪୩ ନାଗ ଛୁଆ ଉଦ୍ଧାର

315 Views

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ର ଗୋଖାଦିଗି ସାହିର ଲକ୍ଷ୍ମୀଧର ମଲ୍ଲିକଙ୍କ ଘରୁ ଏକ ନାଗୁଣୀ ସମେତ ୩୫ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଆଜି ସକାଳେ ଘରେ ଏକ ନାଗ ଛୁଆ ଖେଳୁଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ସ୍ନେକ୍‌ ହେଲପ ଲାଇନକୁ ଖବର ଦେଇଥିଲେ। ସ୍ନେକ୍‌ ହେଲପ୍ ଲାଇନ ଗାତ ଖୋଳି ନାଗୁଣୀ ସମେତ ୩୫ଟି ନାଗସାପ ଛୁଆ ଉଦ୍ଧାର କରିଥିଲା। ସେହିପରି ଧାମନଗର ବ୍ଲକ୍‌ ଆନନ୍ଦପୁର ପଞ୍ଚାୟତ ବାଲିପାଟଣା ଗାଁର କାଶିନାଥ ସାହୁଙ୍କ ଘରୁ ମଧ୍ୟ ୮ଟି ନାଗ ସାପ ଉଦ୍ଧାର କରାଯାଇଛି।

By amfnews

Related Post