Thu. Jun 4th, 2026

ଟ୍ରେଲରକୁ ପିଟିଲା ବସ୍‌, ୨ ମୃତ

267 Views

ରାଉରକେଲା : ରାଉରକେଲାରୁ ଗୟା ଯାଉଥିବା ‘ଜୟ ଵାଲାଜୀ’ ନାମକ ଏକ ବସ୍‌ ଝାରଖଣ୍ଡର ଗୁମଲା ଜିଲ୍ଲା ଅନ୍ତର୍ଗତ ପଲକୋଟ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ  ରାଉରକେଲା ଜଗଦା ଅଞ୍ଚଳର ଜୟାତ ଖାତୁନ ଓ  ସିମଡେଗାର ଜୋବିଦା ବିବି। ଏଥିସହ ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କ ମଧ୍ୟରୁ ତିନି ଜଣ ରାଉରକେଲାର ବୋଲି ଜଣାପଡ଼ିଛି। ଆଜି ଭୋରରୁ ବସ୍‌ଟି ଗୟା ଯାଉଥିଲା। ଏହି ସମୟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ପିଟି ଦେଇଥିଲା।

By amfnews

Related Post