Sun. Oct 18th, 2026

ନବୀନ ନିବାସରେ ବୈଠକ: ‘ଓଡ଼ିଆ ମୋ ପରିବାର’ କାର୍ଯ୍ୟକ୍ରମ ଶୁଭାରମ୍ଭ

357 Views

ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ଓଡ଼ିଆ ମୋ ପରିବାର’ର ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ ତିନୋଟି ଦିଗ ଉପରେ କାମ କରିବାକୁ ଖସଡ଼ା ପ୍ରସ୍ତୁତ ହୋଇଛି। ଏହାର ଆବାହକ ଅରୁପ ପଟ୍ଟନାୟକ ପରିବେଶ ସୁରକ୍ଷା ପାଇଁ ସାଂସଦ ପିନାକୀ ମିଶ୍ରଙ୍କ ଅଧୀନରେ ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଏବଂ ଗଛ ଲଗାଇବା ପାଇଁ କାର୍ଯ୍ୟ ଆରମ୍ଭ ହେବ।

ଆମ ଦେଶରେ ମହାରାଷ୍ଟ୍ର ଏବଂ ଓଡ଼ିଶା ଦୁଇଟି ରାଜ୍ୟ ହିଁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ ହୋଇଛି ବୋଲି ମତପ୍ରକାଶ ପାଇଛି। ସେଥିରୁ ଓଡିଶା ପ୍ରଥମ ବୋଲି କୁହାଯାଇଛି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧୀନରେ ଜୀବନ ବିନ୍ଦୁ ସହ ରକ୍ତଦାନ କ୍ଷେତ୍ରରେ ଉନ୍ନତିମୂଳକ କାମ କରାଯିବ।

ତୃତୀୟରେ ପ୍ରବାସୀ ଓଡ଼ିଆଙ୍କ ଉନ୍ନତି ପାଇଁ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧୀନରେ ପଦକ୍ଷେପ ନିଆଯିବ। ପ୍ରବାସୀ ଓଡ଼ିଆଙ୍କ ଡାଟାବେସ୍‌ ଅଣାଯାଇଛି, ସେମାନଙ୍କ ପାଖକୁ କମିଟି ପଠାଯିବ। ସେମାନଙ୍କ ବିକାଶ ଦିଗରେ କାମ କରାଯିବ। ଓଡ଼ିଶା ମୋ ପରିବାରରେ ଏକ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି ବୋଲି ଏହାର କର୍ମକର୍ତ୍ତା କହିଛନ୍ତି।

By amfnews

Related Post