Sun. Oct 18th, 2026
293 Views

କୋରାପୁଟ : କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ତଥା ଆକାଂକ୍ଷା ଜିଲ୍ଲା କେନ୍ଦ୍ରୀୟ ପ୍ରଭାରୀ ଉଷା ପାଢ଼ୀ କୋରାପୁଟ ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ କୋରାପୁଟରେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବା ସହ ଜିଲ୍ଲାସ୍ତରୀୟ ସମୀକ୍ଷା କରିଛନ୍ତି।

ସେଠାରେ ସେ ସେମିଳିଗୁଡା ପୁଙ୍ଗାରଠାରେ ଥିବା ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହା ସହ ଲେଚିଙ୍ଗ କୁନ୍ଦୁଲି ଗାଁରେ ବୁନ୍ଦା ଜଳରେ କରାଯାଉଥିବା ଅଦା ଚାଷ ଓ ଗୁଣ୍ଠାପୁଟଠାରେ ଉଠା ଜଳସେଚନ ମାଧ୍ୟମରେ ହେଉଥିବା ପନିପରିବା ଚାଷ ଦେଖିଥିଲେ।

ସେହିପରି ଲୁଙ୍ଗୁରି ଗାଁରେ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିବା ପରେ ଉପସ୍ଥିତ ଅଧିକାରୀ ଓ କର୍ମୀଙ୍କ ସହ ସମନ୍ୱିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ।

କୋରାପୁଟ ସଦଭାବନା ସଭାଗୃହଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ବୈଠକରେ କେନ୍ଦ୍ରୀୟ ସହାୟତାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି ଭିତ୍ତିକ ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

By amfnews

Related Post