Wed. Sep 2nd, 2026

ନବରାତ୍ରି ଚାଲିଥିବା ବେଳେ ପହଞ୍ଚିଲା ୭ ଫୁଟର କୁମ୍ଭୀର, ଭୟରେ ଦୌଡ଼ି ପଳାଇଲେ ଲୋକେ

323 Views

ଭଦୋଦରା: ନବରାତ୍ରି ଅବସରରେ ଗୁଜରାଟ ସମେତ ଦେଶର ପ୍ରମୁଖ ସହରରରେ ଗରବା ନୃତ୍ୟ ପାର୍ଟି ଚାଲିଛି। ପଶ୍ଚିମ ଭାରତର ଏହି ପ୍ରସିଦ୍ଧ ନୃତ୍ୟ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ ଲାଗୁଛି। ଭଦୋଦରା ନିକଟରେ ଏକ ଗାଁରେ ଗରବା ନୃତ୍ୟ ଚାଲିଥିବା ବେଳେ ୭ ଫୁଟ ଲମ୍ବ ଏକ କୁମ୍ଭୀର ପହଞ୍ଚି ଯାଇଥିଲା। କାର୍ଯ୍ୟକ୍ରମରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇ ଯାଇଥିଲେ। ଲୋକମାନେ ଭୟରେ ଏଣେତେଣେ ପଳାୟନ କରିଥିଲେ।

ଭଦୋଦରା ସହର ଠାରୁ ୧୭ କିଲୋମିଟର ଦୂର ପିପରିଆ ଗାଁ। ରିପୋର୍ଟ ଅନୁସାରେ ସ୍ଥାନୀୟ ଲୋକେ ସୋମବାର ରାତି ଶେରୀ ଗରବା କାର୍ଯ୍ୟକ୍ରମ ଚାଲିଥିଲା। ଏହି ଅବସରରେ ଲୋକେ ଉତ୍ସାହିତ ଥିବା ବେଳେ କୁମ୍ଭୀର ପହଞ୍ଚି ଥିଲା। କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇ ଯାଇଥିଲେ। ଲୋକମାନେ ସମାରୋହ ସ୍ଥଳରୁ ପଳାୟନ କରିଥିଲେ। ଆୟୋଜକ ପକ୍ଷରୁ ବନ ବିଭାଗକୁ ଯଥାଶୀଘ୍ର ସୂଚନା ଦିଆଯାଇଥିଲା। ପରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଥିଲେ।

By amfnews

Related Post