Thu. May 14th, 2026

କୋଣାର୍କରେ ଲଜ୍ଜା: ବନ୍ଦ କୋଠରୀରେ ଯୁବତୀଙ୍କୁ ୧୦ ଦିନ ଗଣଦୁଷ୍କର୍ମ

280 Views

Khabar Odisha:girl-allegedly-gangraped-for-10-days-in-Odishas-Konark--Rescued-bu-Police
 ଜଣାର୍କ,ଅକ୍ଟୋବର ୧୭: ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି। ବସଷ୍ଟାଣ୍ଡ ମାର୍କେଟ୍ କମ୍ପେକ୍ସ ସ୍ଥିତ ଏକ ବନ୍ଦ କୋଠରୀରେ ୧୦ ଦିନ କାଳ ରଖି ଯୁବତୀଙ୍କୁ ଅନେକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରର ତାଲା ଭାଙ୍ଗି ପୋଲିସ ଓ ଅଗ୍ନିଶମ କର୍ମଚାରୀ ଯୁବତୀଙ୍କୁ ଉଦ୍ଧାର କରିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି। ଗୁରୁତର ଯୁବତୀଙ୍କୁ ସ୍ଥାନୀୟ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

ଯୁବତୀଙ୍କ କହିବାନୁଯାୟୀ, ବର୍ଷକ ତଳେ କାଜଲ ନାମକ ଜଣେ ଯୁବତୀ ତାଙ୍କୁ ଚାକିରୀ ଦେବାକୁ କହି ଏହି ସହରକୁ ଆଣିଥିଲେ। କ୍ରମେ କାଜଲ ଓ ତାଙ୍କର ଜଣେ ପୁରୁଷ ବନ୍ଧୁ ଏଠାରେ ଜୋରଜବରଦସ୍ତ ତାଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଇଥିଲେ। ତେବେ ୧୦ ଦିନ ତଳେ ଜଣେ ଯୁବକ ତାଙ୍କୁ ଉଠାଇ ଆଣି ଏକ କୋଣାର୍କ ବସଷ୍ଟାଣ୍ଡ ମାର୍କେଟ୍ କମ୍ପେକ୍ସ ସ୍ଥିତ ଏକ ବନ୍ଦ କୋଠରୀରେ ତାଲା ପକାଇ ରଖିଥିଲେ। ତାଙ୍କୁ ସେ ଦୁଷ୍କର୍ମ କରିବା ସହ ପ୍ରତିଦିନ ଅନେକ ଯୁବକଙ୍କୁ ଆଣି ମଧ୍ୟ ଦୁଷ୍କର୍ମ କରାଉଥିଲେ ବୋଲି ଅଭିଯୋଗ ହୋଇଛି।

ଆଜି ଯୁବତୀ ଘର ଭିତରେ ରହି ଚିତ୍କାର କରିବା ପରେ ସ୍ଥାନୀୟ ଲୋକମାନେ ଶୁଣି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଘରର ତାଲା ଭାଙ୍ଗି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୀଡିତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଯୁବତୀଙ୍କ କହିବାନୁଯାୟୀ ସୁବାଷ ବେହେରା ନାମକ ଜଣେ ଯୁବକ ତାଙ୍କୁ ଏଠାକୁ ଉଠାଇ ଆଣି ଦୁଷ୍କର୍ମ କରୁଥିଲେ। ଅପରପକ୍ଷରେ ଘରର ମାଲିକ ଓ ଅଭିଯୁକ୍ତ କୁହାଯାଉଥିବା ସୁବାଷଙ୍କୁ ଧରିବାକୁ ପୋଲିସ ତଦନ୍ତ ଚଳାଇଛି।

By amfnews

Related Post