Sun. Sep 6th, 2026

ନବରଙ୍ଗପୁର: ଦଉଡ଼ି ଦେଇ ଅବସରପ୍ରାପ୍ତ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କ ଆତ୍ମହତ୍ୟା

215 Views

ନବରଙ୍ଗପୁର, ଡିସେମ୍ବର ୯: ଶନିବାର ରାତିରେ ନବରଙ୍ଗପୁର ସହରରେ ଗୋଟିଏ ଗଛରେ ଦଉଡ଼ି ଦେଇ ଜଣେ ଅବସରପ୍ରାପ୍ତ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଆତ୍ମହତ୍ୟା କରିଛନ୍ତି।

ମୃତ ଏସ୍‌ଆଇ ହେଉଛନ୍ତି ୬୨ ବର୍ଷିୟ ପ୍ରେମ ଚନ୍ଦ୍ର ବାଗ ଓ ସେ ସେନାପତି ସାହିର ବାସିନ୍ଦା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି।
ନବରଙ୍ଗପୁର ସହରର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସର ମଧ୍ୟରେ ପାଚେରିକୁ ଲାଗିଥିବା ଏକ ଗଛରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସେ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ। ମୃତ ପ୍ରେମଙ୍କର ୩ ଜଣ ପୁଅଝିଅ ଅଛନ୍ତି। ତାଙ୍କର ଜଣେ ଝିଅ ମଧ୍ୟ ଶିକ୍ଷୟିତ୍ରୀ।

ନବରଙ୍ଗପୁର ଥାନା ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

By amfnews

Related Post