Thu. Jun 11th, 2026

ବୁଲନ୍ଦସହର ହିଂସା: ସ୍ୱୀକାର କଲା ଜିତୁ , ଘଟଣା ସ୍ଥଳରେ ମୁଁ ଉପସ୍ଥିତ ଥିଲି

167 Views

ନୂଆଦିଳ୍ଲୀ, ଡିସେମ୍ବର ୯ : ବୁଲନ୍ଦସହର ହିଂସା ମାମଲାରେ  ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ମଲିକକୁ ଆଜି ପୋଲିସ ଗିରଫ କରିଛି । ଏଥିରେ ପ୍ରାଣ ହରାଇଥିଲେ ଜଣେ ପୋଲିସ ଅଧିକାରୀ ।  ପୋଲିସ ଅଧିକାରୀଙ୍କ ଉପରକୁ ଗୁଳି କରିଥିବା ସେନା କର୍ମଚାରୀ ଜିତୁକୁ ଏସଆଇଟି ଗିରଫ କରିଛି ।  ସିସିଟିଭି ଫୁଟେଜକୁ ଆଧାର କରି ଏସଆଇଟି ଜିତୁକୁ ଗିରଫ କରି ପଚରାଉଚୁରା କରୁଛି ।  ପଚରାଉଚୁରା ବେଳେ ଜିତୁ ସ୍ୱୀକାର କରିଥିଲା ଯେ, ଘଟଣା ବେଳେ ସେ ଘଟଣା ସ୍ଥଳରେ ଉପସ୍ଥିତ ଥିଲା ।

ଆଜି ଭୋରରୁ ଏସଆଇଟି ଟିମ ଜିତୁକୁ ପଚରାଉଚୁରା କରିଥିଲା । ଏହାପରେ ଜିତୁକୁ ଏସଟିଏଫ ମିରଟରୁ ଗିରଫ କରି  ସ୍ଥାନା ଜେଲକୁ ନେଇଯାଇଥିଲା ।

ସୂଚନାଯୋଗ୍ୟ ଯେ, ଏସଟିଏଫ ଜିତୁକୁ ପୋଲିସ ଅଧିକାରୀଙ୍କ ହତ୍ୟାକାରୀ ବୋଲି ସ୍ୱୀକାର କରୁନାହିଁ । କିନ୍ତୁ ବିଦ୍ରୋହରେ ସେ ସାମିଲ ଥିବା ନେଇ ସ୍ୱୀକାର କରୁଛି । ଜିତୁକୁ ଶନିବାର ବିଳମ୍ବିତ ରାତିରେ ସେନା ଅଧିକାରୀ ଏସଟିଏଫକୁ ହସ୍ତାନ୍ତର କରିଦେଇଥିଲେ । ଗିରଫ ପରେ ଏସଟିଏଫ ଜିତୁକୁ ପଚରାଉଚୁରା କରିବା ଆରମ୍ଭ କରି ଦେଇଥିଲା। ଏହି ସମୟରେ ଜିତୁ ସବୁ ପ୍ରଶ୍ନର ଉତ୍ତର କେବଳ ହଁ ଏବଂ ନାରେ ହିଁ ଦେଇଥିଲା ବୋଲି ଜଣାପଡିଛି ।ଅନ୍ୟ ପକ୍ଷରେ ଜିତୁର ଭାଇ କାଲଇ କହିଥିଲା କି ଜିତୁ ନିର୍ଦ୍ଦୋଷ ଓ ସେ ଘଟଣା ସ୍ଥଳରେ ନ ଥିଲା ବୋଲି କିନ୍ତୁ ଜିତୁ ଆଜି ଘଟଣା ସ୍ଥଳରେ ଉପସ୍ଥିତ ଥିଲା ବୋଲି ସ୍ୱୀକାର କରିଛି ।

By amfnews

Related Post