Sun. Apr 26th, 2026

ଧାନ ସଂଗ୍ରହର ହିସାବ ଦେଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର: ୯ତାରିଖ ସୁଦ୍ଧା ୨୧ ଲକ୍ଷ ୬୧ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ

312 Views

ଭୁବନେଶ୍ବର: ଧାନ କିଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ଗୁରୁବାର ଖରିଫ ଧାନ ସଂଗ୍ରହରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ। ଶୁକ୍ରବାର ଏହାର ଜବାବ ରଖିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର। କହିଛନ୍ତି, କେନ୍ଦ୍ରମନ୍ତ୍ରୀ ତଥ୍ୟ ନଜାଣି ଗଣମାଧ୍ୟମ ଆଗରେ ବିଭ୍ରାନ୍ତକର ତଥ୍ୟ ରଖିଛନ୍ତି। ଏହା ଦୁଃଖଦାୟକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରୋକଠୋକ ଶୁଣାଇ କହିଛନ୍ତି, ଯଦି ଚାଷୀଙ୍କୁ ଧାନକିଣା ଅର୍ଥ ପଇଠ ନ ହୋଇଥିବା ନେଇ ପ୍ରମାଣ ମିଳେ ତାହେଲେ ସେ ରାଜନୀତିରୁ ସନ୍ୟାସ ନେବେ।ଚଳିତବର୍ଷ ଖରିଫ ଧାନ ସଂଗ୍ରହ ନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ହିସାବ ଦେଇ କହିଛନ୍ତି, ଗତ ୯ ତାରିଖ ସୁଦ୍ଧା ସରକାରଙ୍କୁ ଧାନ ବିକିବା ପାଇଁ ୧୨ ଲକ୍ଷ ୬୦ ହଜାର ଚାଷୀ ପ୍ରାଥମିକ ସମବାୟ ସମିତି ଏବଂ ଲ୍ୟାମ୍ପସରେ ପଞ୍ଜିକରଣ କରିଛନ୍ତି। ଗତବର୍ଷ ଖରିଫ ଋତୁଠାରୁ ୧ଲକ୍ଷ ୪୦ ହଜାର ଅଧିକ ଚାଷୀ ନାମ ପଞ୍ଜିକରଣ କରିଛନ୍ତି। ଖାଲି ସେତିକି ନୁହେଁ, ଚଳିତ ଋତୁରେ ୨ ଲକ୍ଷ ୨୨ ହଜାର ନୂଆ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିବାକୁ ପଞ୍ଜିକୃତ ହୋଇଛନ୍ତି। ପଞ୍ଜିକୃତ ଚାଷୀଙ୍କ ଭିତରେ ୧ ଲକ୍ଷ ୧୯ ହଜାର ଭାଗଚାଷୀ ସାମିଲ ଅଛନ୍ତି।

୩ ହଜାର ୮୯ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପ୍ରଦାନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥ୍ୟ ନଜାଣି ଆକ୍ଷେପ କରୁଛନ୍ତି

ଚାଷୀ ଟଙ୍କା ପାଇନଥିଲେ ରାଜନୀତିରୁ ସନ୍ୟାସ ନେବି

By amfnews

Related Post